No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ଭୁବନେଶ୍ୱର :- ସନ୍ନିକଟ ପ୍ରାଣୀଉଦ୍ୟାନ ନନ୍ଦନ କାନନ ର ବଟାନିକାଲ ଗାର୍ଡେନ (ଉଦ୍ଭିଦ ଉଦ୍ୟାନ) ରେ ନିଆଁ ଲାଗିଥିବା ଜଣା ପଡିଛି।ଉଦ୍ୟାନ ର ପ୍ରାୟ ଦୁଇ ଏକର ଅଞ୍ଚଳରେ ନିଆଁ ଜଳୁଥିବା ଦେଖାଯାଇଛି । ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଁଛି ନିଆଁକୁ ଆୟତ କୁ ଆଣିବାକୁ ଉଦ୍ୟମ ଜାରି ରଖିଛି ।
ଅଗ୍ନିକାଣ୍ଡ ର ସ୍ପଷ୍ଟ କାରଣ ଜଣା ପଡିନଥିଲେ ମଧ୍ୟ ଉଦ୍ୟାନ ମଧ୍ୟରେ ଥିବା ଭୋଜି ପିଣ୍ଡିରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ଉପରେ କୌଣସି ପ୍ରଭାବ ପଡିନଥିବା ସୂଚନା ମିଳିଛି । ରିପୋର୍ଟ ଲେଖା ହେବା ବେଳକୁ ନିଆଁ କୁ ବହୁମାତ୍ରାରେ ଆୟତ କୁ ଅଣାଯାଇ ସାରିଥିବା ଜଣା ପଡ଼ିଛି ।
No Result
View All Result