No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଫେବୃଆରୀ ଶନିବାର ) ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୂଳ ଲକ୍ଷ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ବିଦ୍ୟାଳୟ ବିଭାଗୀୟ ରାଜ୍ୟ ପ୍ରକଳ୍ପ ଅଧିକାରୀ ରଘୁରାମ ଆୟାର ହିଞ୍ଜିଳି ଗ୍ରସ୍ତରେ ଆସି ସେଂଟର ଅଫ୍ ଏକ୍ସଲେନ୍ସିରେ ସ୍ଥାନିତ ହୋଇଥିବା ସ୍ଥାନୀୟ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ପଂହଚି ସ୍ମ୍ରାଟ୍ କ୍ଳାସ ବୁଲି ଦେଖିବା ସହିତ ଶନିବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଅଭିଭାବକ ସମ୍ମିଳନୀର କାର୍ଯ୍ୟକାରିତା ,

ସମସ୍ତ ଶିକ୍ଷାର୍ଥୀଙ୍କୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ପରୀକ୍ଷା ଦର୍ପଣ ପୁସ୍ତିକା ପ୍ରଦାନ କରାଯାଇଛି କି ନାହିଁ ପଚାରି ବୁଝିଥିଲେ । ବିଦ୍ୟାଳୟ ଆରମ୍ଭ ଠାରୁ ଆଜି ସୁଦ୍ଧା ଶତକଡ଼ା କେତେ ଭାଗ ପାଠ୍ୟକ୍ରମ ଶେଷ କରାଯାଇଛି, ବିଦ୍ୟାଳୟ ମନିଟରିଂ କମିଟି କିପରି କାର୍ଯ୍ୟକାରୀ ହେଉଛି ପଚାରି ବୁଝିଥିଲେ । ପରେ୧୦ମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ସହ ମତ ବିନିମୟ କରିଥିଲେ । ବିଦ୍ୟାଳୟ ପ୍ରକଳ୍ପ ଅଧିକାରୀ ଶ୍ରୀ ଆୟାରଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଧ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result