No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଫେବୃଆରୀ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସଂପଡ଼ା ଗ୍ରାମ ବାବା ବାଲୁଙ୍କେଶ୍ୱର ମହାଦେବ ଙ୍କ ମନ୍ଦିର ପଞ୍ଚ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜେଡ଼ି ସଭାପତି ଦାଶରଥି ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେବା ସହ ସଂପଡ଼ା ଗ୍ରାମର ଏକ ଗୋଷ୍ଠୀ କେନ୍ଦ୍ର କୁ ଉଦଘାଟନ କରିଥିଲେ ।

ମନ୍ଦିରର ଉନ୍ନତିକରଣ ସହିତ ଗ୍ରାମର ବିକାଶ ଉପରେ ଦଶପଲ୍ଲା ବିଧାୟକ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସ ମଲ,ବିଜେଡ଼ି ସଭାପତି ସନାତନ ସାମଲ,
ପୂର୍ବତନ ଜିଲ୍ଲା ପରିଷଦ ତ୍ରିନାଥ ନାୟକ,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ଯୁବ ନେତା ଜିତେନ୍ଦ୍ର ସାହୁ,ଅବସରପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ,ଗ୍ରାମ ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ସହଯୋଗ କରିଥିଲେ ।
No Result
View All Result