ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପାରଳା କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଏକ ବିଶାଳ ପ୍ରସାଦ ସେବନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆଧ୍ୟାତ୍ମିକ ଓ ସେବାମୂଳକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରସାଦ ସେବନ କରିଥିଲେ।ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭକ୍ତମାନଙ୍କ ସହ ମହାପ୍ରସାଦ ସେବନ କରିବା ସହ ଆୟୋଜକମାନଙ୍କ ସେବାଭାବକୁ ପ୍ରଶଂସା କରିଥିଲେ।















