No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ଭୁବନେଶ୍ୱର :- ଦିଲ୍ଲୀର ସୂର୍ଯ୍ୟା ହୋଟେଲ ରେ ଗ୍ଲୋବାଲ ପ୍ୟାଜେଣ୍ଟ ଦ୍ୱାରା ଆୟୋଜିତ ମିସେସ କୁଇନ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପାଇଛନ୍ତି ସଫଳତା | କେନ୍ଦ୍ରାପଡା ଡେରାବିଶ ଅଂଚଳର ପ୍ରଜ୍ଞାପରମିତା ସିଂ ଫେବୃଆରୀ 4ତାରିଖରୁ 7ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଛନ୍ତି |
ଦେଶର ବିଭିର୍ନ ରାଜ୍ୟରୁ 30ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଶ୍ରୀମତି ସିଂ ମିସେସ ବିଉଟିଫୁଲ ସ୍ମାଇଲ ର ଟାଇଟେଲ ହାସଲ କରିବା ସହ ଟପ ଟେନ ରେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି | ପ୍ରତିଯୋଗିତାରେ କଷ୍ଟ୍ୟୁମ ସହ ଟ୍ୟାଲେଣ୍ଟ କୁ ନେଇ ଜ୍ୟୁରୀ ମାନେ ପ୍ରଜ୍ଞାଙ୍କୁ ବେଶ ପ୍ରଶଂସା କରିଥିବା ବେଳେ ସେ ପାଇଥିବା ଟାଇଟେଲ ସହ ଆଗକୁ ଓଡିଶାର ଗୌରବ ବଢାଇବା ଦିଗରେ କାର୍ଯ୍ୟ କରିବେ ବୋଲି ମତ ରଖିଛନ୍ତି |
ଜଣେ ଗୃହିଣୀ ଭାବେ ନିଜ ନିକଟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ସଦୁପଯୋଗ କରି ଯେ କୌଣସି କାର୍ଯ୍ୟକୁ ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରଜ୍ଞା ମତ ରଖିଥିବା ବେଳେ ନାରୀ ଶସସ୍ତି କରଣ ତଥା ନାରୀକୁ ସହାୟତା କରି ସମାଜରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିବା ନେଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି | ଭାରତୀୟ ସେନାରେ ବରିଷ୍ଠ ଅଧିକାରୀ ରୂପେ କାର୍ଯ୍ୟରତ ତାଙ୍କ ସ୍ୱାମୀ ରାକେଶ କୁମାର ରାୟ ଙ୍କ ସମେତ ତାଙ୍କର ଦୁଇପୁଅ ଓ ପରିବାର ର ପୂର୍ଣ୍ଣ ସହଯୋଗରେ ସେ ଆଜି ଏହି ସଫଳତା ପାଇଥିବା ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି |
No Result
View All Result