No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ଭୁବନେଶ୍ୱର :- ରାଜ୍ୟର ବରିଷ୍ଠ କଳାକାରମାନେ ପାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ ହେବ । ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଏହା ବିଭାଗ ତରଫରୁ ପ୍ରକାଶ କରାଯାଇଛି । ଆଜି ଯାଏଁ ସରକାର ଧାର୍ଯ୍ୟ କରିଥିବା ୫୦ ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ ଲକ୍ଷ୍ୟ ପୂରଣ ହୋଇନାହିଁ । ତେବେ ବାକିଥିବା ଲକ୍ଷ୍ୟ ପୂରଣ ସକାଶେ ନୂତନ ଭାବେ ବିଜ୍ଞା ପନ ପ୍ରକାଶ ପାଇବ କି ନାହିଁ: ମୃତୁ୍ୟ ଘଟିଥିବା କଳାକାରଙ୍କ ସ୍ଥାନରେ କେଉଁ ପ୍ରକ୍ରିୟାରେ ନୂତନ ହିତାଧିକାରୀ ଚୟନ କରାଯିବ ସେ ନେଇ ଦ୍ୱନ୍ଦ ଦେଖାଦେବାକୁ ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରି ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ଜଣାଇ ଦିଆଯବ ବୋଲି କୁହାଯାଇଛି ।
ଆଜିର ଏହି ଦିନିକିଆ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁ ପଦ ସେଠୀ ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅଧିକ ସକି୍ରୟ ଭାବେ କାର୍ଯ୍ୟ ସଂ ପାଦନ କରିବାକୁ ପ୍ରବର୍ତ୍ତାଇ ଥିଲେ । ବିଭାଗ ଦ୍ୱାରା ସଂସ୍କୃତିର ସୁରକ୍ଷା ପାଇଁ ଭାଗବତ ଟୁଙ୍ଗୀ, ଲୋକକଳା ସଂଘ, ସଂସ୍କୃତି ଭବନ, ସଂଗ୍ରହାଳୟ, ପାଠାଗାର ଇତ୍ୟାଦି କାର୍ଯ୍ୟକ୍ରମମାନ ରହିଛି । ଏଗୁଡ଼ିକୁ ପରିଚାଳନା ସହ ଆଗକୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଏବଂ ନେତାଜୀଙ୍କ ୧୨୫ତମ ଜୟନ୍ତୀ ବର୍ଷବ୍ୟା ପୀ ପାଳନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିବାକୁ କୁହାଯାଇଥିଲା । ପରେ ଲୋକକଳା ସଂଘର ଆବର୍ତ୍ତନ ପାଣ୍ଠି ବୃଦ୍ଧି,
ଲୋକକଳା ଗ୍ରାମ ସୁଦୃଢ଼ୀକରଣ, ଲୋକକଳା ଡାଟାବେସ୍ ପ୍ରସ୍ତୁତି ଉ ପରେ ସମୀକ୍ଷା କରାଯାଇଥିଲା । ଦେଶବିଦେଶର ଗଣମାଧ୍ୟମ ଜରିଆରେ ଆମ ଲୋକକଳାଗୁଡ଼ିକର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ଜିଲ୍ଲାର ଏକ ନିଆରା କଳାକେଶðଳୀ ଚୟନ କରି ସେଗୁଡ଼ିକର ସଂଗ୍ରହଣ କାର୍ଯ୍ୟ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସଂସ୍କୃତି ବିଭାଗ ସରକାରଙ୍କ ମୁଖଶାଳା । ତେଣୁ ଏ ଦିଗରେ ସମସ୍ତେ ଅଧିକ ଯନିବାନ ହୋଇ କାର୍ଯ୍ୟ କରିବାକୁ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ କହିଥିଲେ । ଆଜିର ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଚିବ ଡ. ରାମକୃଷ୍ଣ ସାହୁ, ଯୁଗ୍ମ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ଉ ପନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଦେବାନନ୍ଦ ବରିହା ଏବଂ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ଭାଗ୍ୟଲି ପି ମଲ୍ଲ, ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଲବିଶୋଇ ପ୍ରମୁଖ ଉ ପସ୍ଥିତ ଥିଲେ ।
No Result
View All Result