No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) କଟକ :- ଆଜି ହେଉଛି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ଗୁରୁବାର ଦିନ ପ୍ରିଚୀନଦୀ ଧାର ଫୁଲନଖରା ନିକଟସ୍ଥ ନଖରା ର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଲକ୍ଷେଶ୍ୱରଙ୍କୁ ତ୍ରୀବେଣୀ ସ୍ନାନ କରା ଯାଇଥାଏ । ପ୍ରଭୁ ଲକ୍ଷେଶ୍ୱରଙ୍କ ପୀଠରେ ଆଜି, ଶ୍ରୀଲକ୍ଷେଶ୍ୱର ମହାଦେବ ଆଞ୍ଚଳିକ ଓଡ଼ଶୀ ସଂକୀର୍ତ୍ତନ ମହାମଣ୍ଡଳୀର , ବାର୍ଷିକ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ସଂକୀର୍ତ୍ତନ ମହୋତ୍ସବରେ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଓଡ଼ଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଆୟୋଜିତ ଉସଚବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ରାଜ୍ୟ ସରକାର କଳାକାର ଭତ୍ତା ପାଇବା ପାଇଁ ସଂକୀର୍ତ୍ତନ କଳାକାର ମାନଙ୍କୁ ସାମିଲ କରିଛନ୍ତି ।

ହଜିଯାଉଥିବା ସଂସ୍କୃତିକୁ ସଂକୀର୍ତ୍ତନ କଳାକାର ମାନେ ବଞ୍ଚାଇ ରଖିଛନ୍ତି ବୋଲି କହିଥିଲେ । ନଳୀନ କୁମାର ସ୍ୱଇଁ, ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅକ୍ଷୟ କୁମାର ଲେଙ୍କା, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result