No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ଚାନ୍ଦପୁର/ଅଭିମନ୍ୟୁ ମହାରଣା :- ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ ପୂର୍ବତନ ଉପସ୍ବାସ୍ଥ୍ୟ ମନ୍ତ୍ରୀ ମହାରାଣୀ ବସନ୍ତ ମଞ୍ଜରୀ ଦେବୀ ଙ୍କ ର ସମୟରେ ଏକ ସର୍ବ ବୃହତ ଯକ୍ଷ୍ମା ଚିକିତ୍ସାଳୟ ଯାହାକି ଏସିଆ ମହାଦେଶ ରେ ସର୍ବ ବୃହତମ ସେହିଭଳି ଏକ ଚିକିତ୍ସାଳୟ ନିର୍ମିତ ହୋଇଥିଲା । ଏବଂ ସେଠାରେ ଯକ୍ଷ୍ମା ଏକ ମହାମାରୀ ରେ ପରିଣତ ହୋଇଥିଲା ସେହି ସମୟରେ ଉକ୍ତ ଡାକ୍ତରଖାନା ଚିକିତ୍ସାଳୟ ଓଡିଶା ତଥା ଭାରତ ର ଭିନ୍ନ ଭିନ୍ନ ସ୍ଥାନର ରୋଗୀ ଙ୍କ ରୋଗ ଦୂର କରି ଆସୁଥିଲେ । ସେହି ସମୟରେ ଡାକ୍ତରଖାନା କୁ ଦିଆ ଯାଇଥିବା ଜାଗା ବସନ୍ତ ମଞ୍ଜରୀ ଦେବୀ ଦାନ କରିଥିଲେ ଏବଂ ସେଥିରେ ତାହା ପ୍ରାୟ ୧୧୫ ଏକରର ବୋଲି ଜଣାଯାଏ । ଯେଉଁଥିପାଈଁ ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ଜନ ସଧାରଣ ଙ୍କ ର ସୁବିଧା ପାଇଁ ଏହାକୁ ଏକ ସାଧାରଣ ଚିକିତ୍ସାଳୟଟି ରେ ପରିଣତ କରିଛନ୍ତି ।
ଯେଉଁଥିରେ କି ୩୦୦ ବେଡ଼ ଏବଂ ସମସ୍ତ ଚିକତ୍ସା ନିର୍ଧାଣ କରିବେ ବୋଲି ବିଶେଷଜ୍ଞ ମଧ୍ୟ ଉପଲବ୍ଧ । ଏଠି ଏହିଭଳି ଏକ ସମସ୍ତ ଭିତ୍ତିଭୂମି ଥିବା ଚାନ୍ଦପୁର ଚିକିତ୍ସାଳୟକୁ ବାଦ୍ ଦେଇ ସରକାର ବର୍ତ୍ତମାନ ଗୋଟିଏ ମେଡ଼ିକାଲ କଲେଜ କରିବାକୁ ନୟାଗଡ଼ ରେ ନିଷ୍ପତି ନେଇଥିବା ବେଳେ ଜନସାଧାରଣ ବର୍ତ୍ତମାନ ଏଇ ଅନ୍ୟାୟ ବିରୁଧ ରେ ବା ସରକାର ଏଠାରେ ଖର୍ଚ୍ଚ କରିଥିବା ଟଙ୍କା କୁ ପୁନଃ ଅନ୍ୟଠାରେ ସେହିଭଳି ଟଙ୍କା ଖର୍ଚ୍ଚ ନ କରି ଏହାକୁ ଏକ ମେଡ଼ିକାଲ କଲେଜ ରେ ପରିଣତ କରିବା ପାଈଁ ଜନ ସଧାରଣ ଙ୍କ ର ଦାବୀ ହୋଈଛି । ପୂର୍ବତନ ସମିତିସଭ୍ୟ ମନୋଜ ଦାସ ଙ୍କ ଅଧ୍ୟକ୍ଷତା ରେ ଏକ କମିଟି ଅନୁଷ୍ଠିତ ହୋଇ ଯାଇଥିଲା ଏହାପରେ ଆବାହକ ମନୋଜ ଦାସ ଙ୍କ ଅଧ୍ୟକ୍ଷତା ରେ ବାର୍ ଆସୋସିଏସନ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର , ସାମ୍ବାଦିକ ସଂଘର ସଭାପତି ସୁକାନ୍ତ ପଟ୍ଟନାୟକ , ଉପସଭାପତି ଅଭିମନ୍ୟୁ ମହାରଣା , ଚାନ୍ଦପୁର ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଧନେଶ୍ୱର ଅଗ୍ରୱାଲ , ଙ୍କ ପକ୍ଷରୁ ଦୃଢ ନିନ୍ଦା କରିବା ସହ ମେଡ଼ିକାଲ କଲେଜ କରିବା ପାଇଁ ସଧାରଣ ରେ ଦାବୀ କରିଛନ୍ତି ।
ବିଶେଷ କରି ଚାନ୍ଦପୁର ହସ୍ପିଟାଲ ବ୍ରହ୍ମପୁର ଏବଂ କଟକ ର ପ୍ରାୟ ମଧ୍ୟ ସ୍ଥଳରେ ଅବସ୍ଥିତ ସେଥିପାଇଁ କଟକ ପରେ ଦ୍ୱିତୀୟ ବୃହତମ ହସ୍ପିଟାଲ କହିଲେ ଚାନ୍ଦପୁର କୁ ବୁଝାଏ । ଏବଂ ବ୍ରହ୍ମପୁର ପରେ ଦ୍ୱିତୀୟ ହସ୍ପିଟାଲ କହିଲେ ଚାନ୍ଦପୁର କୁ ବୁଝାଇବ ଯାହାକି ଗଞ୍ଜାମ ଠାରୁ ଆରମ୍ଭ କରି ପୁରୀ , ଖୋର୍ଦ୍ଧା , ନୟାଗଡ଼ ତଥା ଦଶପଲ୍ଲା ଏହିଭଳି ଅଞ୍ଚଳ ଗୁଡିକୁ ଏହା ସହଯୋଗ କରିପାରିବ । ଗଞ୍ଜାମ , ନୟାଗଡ଼ ,ଖୋର୍ଦ୍ଧା ,ପୁରୀ ଜିଲ୍ଲା ଭଳି ୪ ଟି ଜିଲ୍ଲାବାସୀ ବିଶେଷ ଭାବେ ଉପକୃତ ହୋଇପାରିବେ । କିନ୍ତୁ ଏହାର ଅବସ୍ଥିତି ମଧ୍ୟ ଏଭଳି ଜାଗାରେ ରହିଛି ରୋଗୀ ଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ । ଭୁବନେଶ୍ୱର ରୁ ୪୦ କିମି ଦୂରତା ବିଶିଷ୍ଟ ଅଟେ । ଏତେ ପରିମାଣ ର ଜାଗା ଅନ୍ୟ କେଉଁ ହସ୍ପିଟାଲ ରେ ନଥିବ କହିଲେ ଚଳେ । ତେଣୁ ଗୋଟିଏ ମେଡ଼ିକାଲ କଲେଜ ନିର୍ମାଣ କରିବା ପାଇଁ ଅତ୍ୟାଧିକ ଜାଗା ରହିଛି । ମେଡ଼ିକାଲ କଲେଜ ହେଲେ ଏଠାରେ ଏକ ପ୍ରମୋ ସେଣ୍ଟର ହୋଇ ପାରିବ ତେଣୁ ସେହି ସ୍ଥାନ ରେ ମେଡ଼ିକାଲ କଲେଜ ପାଈଁ ଉପଯୋଗ୍ୟ ହେବ ବୋଲି ସଧାରଣ ରେ ମତ ଉଠୁଛି ।
No Result
View All Result