No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର) ଖୋର୍ଦ୍ଧା ରୋଡ :- ୫୨ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ଆଜି ମଙ୍ଗଳବାର କୋଭିସିଲ୍ଡ ଭାକ୍ସିନ ଦ୍ଵାରା ଟୀକାକରଣ କରାଯାଇଛି l ସ୍ୱାସ୍ଥ୍ୟ କର୍ମୀଙ୍କ ପରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ଅନ୍ୟ ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଧୀରେ ଧୀରେ ଟିକା ଦିଆଯାଉଛି ।
ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ଖୋର୍ଦ୍ଧା ରୋଡ ମଣ୍ଡଳର ବିଭାଗୀୟ ରେଳ ହସ୍ପିଟାଲ ଦ୍ୱାରା ଆରମ୍ଭ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଭାରତ ସରକାରଙ୍କଠାରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୦୮ ଜଣ ସ୍ୱାସ୍ଥ୍ୟ କର୍ମୀ ଯଥା ବିଭାଗୀୟ ରେଳ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟମାନଙ୍କୁ କୋଭିଡ-19 ଭାକ୍ସିନ ଦ୍ଵାରା ଟୀକାକରଣ କରାଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀ, ଯେଉଁମାନେ ଡ୍ୟୁଟି କରିବା ସମୟରେ ସାଧାରଣ ଜନତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି କୋଭିଡ-19 ଟୀକାକରଣ ପାଇଁ ଚିହ୍ନଟ ହୋଇଛନ୍ତି ।
ଆଜି ୯ତାରିଖରେ ୫୨ ଜଣ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ସବ୍-ଅର୍ଡିନେଟ୍ ବିଶ୍ରାମ ଗୃହରେ “କୋଭାସିଲ୍ଡ” ଭାକ୍ସିନ ଦ୍ଵାରା ଟୀକାକରଣ କରାଯାଇଥିଲା | ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ ଟୀକାକରଣର ପ୍ରଥମ ଭାକ୍ସିନ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସୁରକ୍ଷା କମିଶନର ଶ୍ରୀ ଏମ.ସାମ୍ବା ଶିବରାଓଙ୍କୁ ଦିଆଯାଇଥିଲା ।
କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ସମୟରେ ଡିଭିଜନାଲ ରେଳ ହସ୍ପିଟାଲ, ଖୋର୍ଦ୍ଧା ରୋଡ଼ ଦ୍ୱାରା ସ୍ୱଚ୍ଛତା, ସାମାଜିକ ଦୂରତା ଏବଂ ପରିମଳ ବ୍ୟବସ୍ଥା ଉପରେ ଅଧିକ ଯତ୍ନ ନିଆଯାଇଥିଲା (ଜଟଣୀ ରୁ ଇଫତେଖାର ଅଲ୍ଲୀ)
No Result
View All Result