No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ହିଞ୍ଜିଳିକାଟୁ :- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଶନିବାର ହିଞ୍ଜିଳି ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପ୍ରଥମେ ପ୍ରକଳ୍ପ ନିର୍ଦ୍ଦେଶକ ବୁରୁପଡା ପଞ୍ଚାୟତରେ ପହଞ୍ଚି ୨ ଆଦର୍ଶ ଅଙ୍ଗନବାଡି ଗୃହ,ପଞ୍ଚାୟତ କାର୍ଯ୍ୟାଳୟ,ସୂଚନା କେନ୍ଦ୍ର ଓ ନୂତନ ପାଠାଗାର,ବୁରୁପଡା ଓ ପୋଡିଙ୍ଗି ଗ୍ରାମର ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ପରିଦର୍ଶନ କରିଥିଲେ । ସେଠାରୁ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ମଧ୍ୟରେ ନିର୍ମାଣଧୀନ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି କଞ୍ଚୁରୁ ପଞ୍ଚାୟତର ଚୈତନ୍ୟପଡା ଗ୍ରାମ ହରିଜନ ସାହିରେ ପହଞ୍ଚି ଥିଲେ ।
ଅନୁସୂଚିତ ସମ୍ପ୍ରଦାୟର ୨୦ ପରିବାର ଗୋପାଳଙ୍କ ନିମନ୍ତେ ଚିହ୍ନଟ ହୋଇଥିବା କେଟେଲ ହଷ୍ଟେଲ ନିର୍ମାଣ ସମ୍ପର୍କରେ ଆଲୋଚନା କରି କାର୍ଯ୍ୟ ଆରମ୍ଭ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ସେଠାରୁ ଫେରି ଦୁର୍ବନ୍ଧ ପଞ୍ଚାୟତ ଗୋଦରା ପଲ୍ଲୀ ଠାରେ ନିର୍ମାଣ ଧୀନ ଥିବା ବର୍ଯ୍ୟବସ୍ତୁ ପୃଥକୀକରଣ ଓ ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଗସ୍ତ ସମୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର , ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ପୌର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର ଓ ମାନସ ରଞ୍ଜନ ଦାସ ଙ୍କ ସମେତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result