No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଂଚଳରେ ନିର୍ମାଣ ଶେଷ ପର୍ଯ୍ୟାୟରେ ରହି ଉଦଘାଟନ ଅପେକ୍ଷାରେ ଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ସମସ୍ତ ପ୍ରକଳ୍ପର ତଦାରଖ କରିିଛନ୍ତି । ଚଳିତ ମାସ ୧୧ ତାରିଖରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ହିଞ୍ଜିଳି ପୌରାଂଚଳ ଗ୍ରସ୍ତରେ ଆସି ପ୍ରଥମେ ବ୍ଳକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସହ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସର୍ମ୍ପକରେ ଆଲୋଚନା କରିଥିଲେ । ପରେ ଉଦଘାଟନ ଅପେକ୍ଷାରେ ଥିବା ବସ ଟର୍ମିନାଲ, ହିଞ୍ଜିଳି ଦେଉଳବନ୍ଧର ସୌନ୍ଦର୍ଯ୍ୟକରଣ, ଆମିଷ ବଜାର, ବିଜୁ ପଟ୍ଟନାୟକ ଛକରେ ଅବସ୍ଥିତ ବିଜୁ ବାବୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତି , ଆରଏମସି ପରିସରରେ ନିର୍ମତ ଉପଖଣ୍ଡ ଚିକିତ୍ସାଳୟ (ଅନ୍ତଃ ବିଭାଗ) ,
ଆରଏମସି ମାର୍କେଟ କମ୍ପେ୍ଳକ୍ସ, ଚିତୋ ବିନୋଦନ କେନ୍ଦ୍ର, ଭେଂଣ୍ଡି ଜୋନ୍, ସିନେମା ହଲ ଛକ ସ୍ଥିତ ବଜାର ଗୃହ, ପୌର କାର୍ଯ୍ୟାଳୟ ସମ୍ପ୍ରସାରଣ ଗୃହ, ଅତିଥି ଭବନ, ଇ-ନାମ ପ୍ରକୋଷ୍ଠ, ଶୀତଳ ଭଣ୍ଡାର ଆଦି ୧୩ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ତଦାରଖ କରିଥିଲେ । ଅନ୍ୟପକ୍ଷରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପରବର୍ତି ସମୟ ଠାରୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସିନଥିବା ବେଳେ ପୌରାଂଚଳର ବହୁ ଉନ୍ନୟନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫେରନ୍ସ ମାଧ୍ୟମରେ କିଛି ବିଜୁ ପ୍ରେମୀ ନାପସନ୍ଦ କରିଛନ୍ତି । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ , ପୂର୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାବତ, ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଆରଏମସି ସମ୍ପାଦକ ବିନାୟକ ବିଶ୍ୱାଳ, ପୌର ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ସୁଶାନ୍ତ ପ୍ରଧାନ )
No Result
View All Result