No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ହିଞ୍ଜିଳିକାଟୁ :- ସୀମା ସୁରକ୍ଷା ବଳ ବାହୀନିରେ କାର୍ଯ୍ୟରତ ବୀର ଜବାନ ତଥା ଗଞ୍ଜାମ ଜିଲ୍ଲା ପୁରୁଷୋତମ ପୁର ଥାନା ତଥା ହିଞ୍ଜିଳିକାଟୁ ବ୍ଳକ ପୁଟିଆପଦର ପଂଚାୟତ ବାଳକୃଷ୍ଣପୁର ଗ୍ରାମର ସୁଯୋଗ୍ୟ ସନ୍ତାନ ତ୍ରିନାଥ ସ୍ୱାଇଁ(୫୫)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ ଜବାନ ଶୁକ୍ରବାର ପୂର୍ବାହ୍ନରେ ପଶ୍ଚିମବଙ୍ଗ ରାଜ୍ୟ ଶିଲିଗୁଡ଼ି ଅଂଚଳରେ କାର୍ଯ୍ୟରତ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ସାଥୀ ଜବାନ କୀର୍ତନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ବାପା କୀର୍ତନ ସ୍ୱାଇଁ ଓ ମାତା କମଳା ସ୍ୱାଇଁଙ୍କ ଔରସରୁ ଗତ୧୯ ମାର୍ଚ୍ଚ ୧୯୬୫ ମସିହାରେ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ତଥା ହିଞ୍ଜିଳିକାଟୁ ବ୍ଳକ ପୁଟିଆପଦର ପଂଚାୟତ ବାଳକୃଷ୍ଣପୁର ଗ୍ରାମରେ ତ୍ରିନାଥଙ୍କ ଜନ୍ମ ଗ୍ରହଣ ହୋଇଥିଲା ।

ବାଳକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ଜାମୁନୀ ଅଶୋକ ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରେ ୧୯୮୭ ମସିହାରେ ସୀମା ସୁରକ୍ଷା ବଳ ବାହୀନିରେ ସିପାହୀ ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ । ପରେ ଏଏସଆଇ ଭାବେ ପଦୋନ୍ନତି ପାଇଥିଲେ । ଜବାନ ଜଣକ ଶୁକ୍ରବାର ପୂର୍ବାହ୍ନରେ ପଶ୍ଚିମବଙ୍ଗ ରାଜ୍ୟ ଶିଲିଗୁଡ଼ି ଅଂଚଳରେ କାର୍ଯ୍ୟରତ ଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ସାଥୀ ଜବାନ କୀର୍ତନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପରେ ମୃତ ଜବାନଙ୍କ ମର ଶରୀରକୁ ଏକ ସ୍ୱତନ୍ତ୍ର ସୁସଜ୍ଜିତ ଯାନ ଯୋଗେ ଯବାନଙ୍କ ଜନ୍ମଭୂମୀ ବାଳକୃଷ୍ଣପୁର ଗ୍ରମକୁ ଅଣାଯାଇଥିଲା ।

ଶବ ପଂହଚିବା ପରେ ପରିଜନ, ଗ୍ରାମବାସୀଙ୍କ ସମେତ କାନ୍ଦବୋବାଳିରେ ଗାଁ ଦ୍ଧତ୍ପ ଫାଟି ପଡ଼ିଥିଲା । ସମସ୍ତଙ୍କ ଆଖିରୁ ଲୁହର ଧାରା ବୋହି ଯାଇ ମୃତ ତ୍ରିନାଥ ଅମର ରହେ ଧ୍ୱନିରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ପଡ଼ିଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଶେେ ଦର୍ଶନ କରିବା ପରେ ସହସ୍ରାଧିକ ବନ୍ଧୁ, ପରିଜନ, ଗ୍ରମାବସୀ ଏକ ବିରାଟ ଶୋଭାଯାତ୍ରାରେ ମର ଶରୀରକୁ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀ ତଟ ଶ୍ମଶାନରେ ଗାର୍ଡ଼ ଅଫ୍ ଅନର ପ୍ରଦାନ କରି ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ମୃତ ବୀର ଜବାନଙ୍କ ମର ଶରୀରକୁ ଗ୍ରାମକୁ ଅଣାଯିବା ସମୟରେ ସୀମା ସୁରକ୍ଷା ବାହୀନିର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସହକର୍ମୀ ଯବାନ ଉପସ୍ଥିତ ରହିବା ସହ ପୁରୁଷୋତମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ମଲ୍ଲିକ, ସରଂପଚ ମାଧୁରୀ ପାଣିଗ୍ରାହୀ, କୃଷ୍ଣ ପାଣିଗ୍ରାହୀ, ଶତୃଘ୍ନ ରାଉତ, ରାମ ପାଣିଗ୍ରାହୀଙ୍କ ସମେତ ଥାନାର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ – ସୁଶାନ୍ତ ପ୍ରଧାନ )
No Result
View All Result