• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିଞ୍ଜିଳିକାଟୁର ଅଧିକାଂଶ ସ୍କୁଲରେ ଖେଳପଡ଼ିଆ ଅଭାବ ; ଖେଳ ଶିକ୍ଷକ ଅଛନ୍ତି, ବିକଶିତ ହେଉନି କ୍ରୀଡ଼ା ପ୍ରତିଭା

Proprietor Abhimanyu Maharana by Proprietor Abhimanyu Maharana
February 7, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ହିଞ୍ଜିଳିକାଟୁର ଅଧିକାଂଶ ସ୍କୁଲରେ ଖେଳପଡ଼ିଆ ଅଭାବ ; ଖେଳ ଶିକ୍ଷକ ଅଛନ୍ତି, ବିକଶିତ ହେଉନି କ୍ରୀଡ଼ା ପ୍ରତିଭା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର )ହିଞ୍ଜିଳିକାଟୁ :- ଛାତ୍ରଛାତ୍ରୀଙ୍କ ପାଠପଢା ସହ ଖେଳକୁଦ ମଧ୍ୟ ଜରୁରୀ । ସୁସ୍ଥ ମନ ଓ ସୁସ୍ଥ ଶରୀର ଗଠନରେ ଖେଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଖେଳକୁଦକୁ ପ୍ରାଥମିକତା ଦେଇ ଆସୁଛନ୍ତି । ତେବେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଂଜିଳିକାଟୁ ଅଂଚଳରେ ତୃଣମୂଳସ୍ତରରେ ଚିତ୍ର କିନ୍ତୁ ଭିନ୍ନ । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଖେଳିବା ପାଇଁ ଖେଳ ପଡ଼ିଆ ନାହିଁ । ଏପରିକି କେତେକ ଶିକ୍ଷାନୁଷ୍ଠାନରେ ସରକାରଙ୍କ ପକ୍ଷରୁ ମୋଟା ରକମର ଦରମା ନେଇ ନିଯୁକ୍ତିପାଇଛନ୍ତି ଖେଳ ଶିକ୍ଷକ । ହେଲେ ଖେଳ ପଡ଼ିଆ ନଥିବା ଯୋଗୁଁ ପ୍ରତିଭା ବିକଶିତ ହୋଇପାରୁ ନାହିଁ ବୋଲି ସଚେତନନାଗରିକ ମହଲରେ ମତ ପ୍ରକାଶ ପାଇଛି । ପୂର୍ବରୁ କେତେକ ବିଦ୍ୟାଳୟ ଗୁଡ଼ିକରେ ଖାଲି ଜାଗା ଥିଲା । ସେଠାରେ ଛାତ୍ରଛାତ୍ରୀ ମାନେ ଖେଳକୁଦ ଅଭ୍ୟାସ କରୁଥିଲେ । କିନ୍ତୁ ସମୟ କ୍ରମେ ଖାଲି ଜାଗା କୁଡ଼ିକରେ ବିଦ୍ୟାଳୟ କୋଠା ନିର୍ମାଣ କରାଯାଉଥିବା ଯୋଗୁଁ ଖେଳ ପଡ଼ିଆ ଦିନକୁ ଦିନ ସଙ୍କୁଚିତ ହୋଇଯାଉଛି । କେତେକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ମଧ୍ୟ ନଥିବା ଜଣାପଡ଼ିଛି । ପ୍ରତ୍ୟେକ ସପ୍ତାହରେ ଗୁଡ଼ିକରେ ଖେଳକୁଦ ପିରିୟଡ଼ ରଖିବା ପାଇଁ ସରକାରୀ ନିୟମ ରହିଛି ।

ତେବେ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଖେଳିବା ଲାଗି ଭିତିଭୂମି ନଥିଲେ ମଧ୍ୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରୁ ବହୁ ବିଦ୍ୟାଳୟରେ ଖେଳପଡ଼ିଆ ନଥାଇ ଚାଲିଛି ଶୀତକାଳୀନ କ୍ରୀଡ଼ା ପ୍ରତିଯୋଗିତା । ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ରୀଡ଼ାର ମୂଳଦୁଆ କୁହାଯାଉଥିବା ବେଳେ ଖେଳ ପଡ଼ିଆ ନଥିବାରୁ ସରକାରଙ୍କ ଯୋଜନାର ସଫଳତା ନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକ ଅଂଚଳର ଅଧିକାଂଶ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖେଳ ପଡ଼ିଆର ଅଭାବ ଯୋଗୁଁ ଛାତ୍ର ଛାତ୍ରୀ ମାନେ ଖେଳିବାରୁ ବଂଚିତ ହେଉଛନ୍ତି । କ୍ରୀଡ଼ାର ସାମଗ୍ରିକ ବିକାଶ ଲାଗି ଯଦି ଆନ୍ତରିକତା ଥାଏ ତେବେ ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଖେଳ ପଡ଼ିଆ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହେଉଥିବା ଲକ୍ଷ୍ୟ କରାଯାଉଛି । ଦେଶ ସ୍ୱାଧିନତାର ଦୀର୍ଘ ୭୪ ବର୍ଷ ପରେ ବି ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ୨୩ଟି ଉଚ୍ଚ ବିଦ୍ୟାଳୟ, ୨୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୫୬ଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଭିତିଭୂମି ସୁଦୃଢ ଥିବା ଖେଳ ପଡ଼ିଆଟିଏ ନଥିବା ଯୋଗୁଁ କ୍ରୀଡ଼ାର ବିଶେଷ ଉନ୍ନତି ହୋଇପାରିନଥିବା ଅଭିଯୋଗ ହେଉଛି । ସେହିଭଳି ଖେଳାଳିଙ୍କୁ ବିଭିନ୍ନ ଖେଳର ପ୍ରଶିକ୍ଷଣ ଦେବା ପାଇଁ ଆବଶ୍ୟକୀୟ କୋଚ୍ ମଧ୍ୟ ନାହାନ୍ତି । ହିଂଜିଳିକାଟୁ ଅଂଚଳର ବହୁ ଭଲିବଲ ଖେଳାଳିମାନେ ଅତୀତରେ ରାଜ୍ୟର ବିଭିନ୍ନ ଅଂଚଳରେ ନିଜର ଖେଳ ପଦର୍ଶନ କରି ପୁରସ୍କୃତ ହେବା ସହ ଅଂଚଳର ସୁନାମ ରଖି ଆସିଥିଲେ । ବିଗତ କିଛି ବର୍ଷ ହେଲା ଭିତଭୂମିର ଅଭାବ ଯୋଗୁଁ କ୍ରୀଡ଼ାର ବିକାଶରେ ପ୍ରତିବନ୍ଧକ ସାଜିଛି । ବିଶ୍ୱ କ୍ରୀଡ଼ା ଜଗତରେ ଯେଉଁ ମହାନ ଖେଳାଳି ମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି, ସେମାନଙ୍କ କ୍ରୀଡ଼ା ଜୀବନ ବିଦ୍ୟାଳୟସ୍ତରରୁ ଆରମ୍ଭ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରାୟତଃ ସବୁ ଦେଶରେ ବିଦ୍ୟାଳୟସ୍ତରରେ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ପଦକ୍ଷେପ ନିଆଯାଇଥାଏ । ଶିକ୍ଷାବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ବହୁବିଧି ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବିଦ୍ୟାଳୟ ଗୁଡ଼ିକରେ ଖେଳ ପଡ଼ିଆ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି ।

ଶିକ୍ଷାଅଧିକାରୀ ଆଇନ ୨୦୦୯ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ ଖେଳପଡ଼ିଆ ରହିବା ଆବଶ୍ୟକ । କିନ୍ତୁ ସରକାରଙ୍କ ଏହି ଶିକ୍ଷାଧିକାର ଆଇନ ହିଂଜିଳିକାଟୁ ଅଂଚଳରେ ବାଟବଣା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି । ହାତଗଣତି କେତେକ ବିଦ୍ୟାଳୟକୁ ଛାଡ଼ିଦେଲେ ଅନେକ ବିଦ୍ୟାଳୟରେ ପ୍ରତିନିଧିତ୍ୱ ମଧ୍ୟ ରହୁନାହିଁ । ଫଳରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗୁଡ଼ିକରେ ହିଂଜିଳିକାଟୁ ଅଂଚଳରୁ ପ୍ରତିନିଧିତ୍ୱ କମିବାରେ ଲାଗିଛି । ପଦକ ଆଶା ତ ଦୁରର କଥା ବିଭିନ୍ନକ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଭିନ୍ନ ସମୟରେ ପ୍ରତିଯୋଗୀଙ୍କ ଅଭାବ ପରିଲିକ୍ଷିତ ହେଉଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖେଳ ପଡ଼ିଆ ନଥିବାରୁ କ୍ରୀଡ଼ା ପିରିୟଡ଼୍ ସମୟରେ ଶିକ୍ଷାର୍ଥୀ ମାନେ ନିଜ ନିଜ ମଧ୍ୟରେ ମଉଜ ମଜଲିସ କରୁଛନ୍ତି ତ କେତେବେଳେ ଉକ୍ତ ପିରିୟଡ଼୍‌ରେ ଅନ୍ୟ ବିଷୟରେ ପାଠ ପଢାଯାଉଛି । ସରକାରୀ ବିଦ୍ୟାଳୟ ଗୁଡ଼ିକରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଥିଲେ ମଧ୍ୟ ତାଲିମ କେଉଁଠି ଦେବେ ? ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ କ୍ରୀଡ଼ାର ବିକାଶ ଲାଗି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଭିତିଭୂମି ସୁଦୃଢ କରି ଖେଳ ପଡ଼ିଆ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହେଉଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

July 27, 2026
ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version