No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସାମୁଟିଆ ସାହି ର ଇଲେକ୍ଟ୍ରି ବିଭାଗ ର ସୀତାରାମ ଅପଟ ଙ୍କ ପୁତ୍ର ସମାଜ ସେବୀ ବିନାୟକ ଆପଟ ଗଜପତି ଜିଲ୍ଲାର ଗର୍ବଓ ଗୌରବ ଆଣିଛି , ସେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରକାର ସେବାମୂଳକ କାର୍ଯ୍ୟ କରିଆସୁଥିଲେ । ସେ ଗଜପତି ଜିଲ୍ଲା ର ସମସ୍ତ ସ୍ବେଚ୍ଛାସେବୀ ସଂଘଠନ କାର୍ଯ୍ୟକ୍ରମ ରେ ସାମିଲ ହେଉଥିଲେ । ଏହିଭଳି କାର୍ଯ୍ୟ ଦେଖି ତାଙ୍କୁ ଇଣ୍ଟରନେସନାଲ ୟୁନିସେଫ କାଉନସିଲ ତରଫ ରୁ ଡକ୍ଟେରେଟ ଉପାଧି ପାଇଛନ୍ତି ।
ଏହି ଉପାଧି ତାମିଲନାଡୁ ରାଜ୍ୟର କଇମ୍ବୁଟୁରୁ ସହର ର ଏସ ଏ ଜି ପ୍ରାଇଡ଼ ସମ୍ମିଳନୀ ହୋଲ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉପାଧି ଓଡିଶା ର ତିନିଜଣ ମଧ୍ୟରୁ ଗଜପତି ଜିଲ୍ଲାର ବିନାୟକ ଆପଟ ଙ୍କୁ ମିଳିଥିଲା । ଏହି ଉପାଧି ପାଇବାପରେ ଗଜପତି ଜିଲ୍ଲା ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଚୁଟିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କାଉସିଲ ଅମ୍ବାସିଡର (ଫ୍ରାନ୍ସ) ତିମେର ରାମୟନ ଗେୟରେଜସ , ଅନୁଷ୍ଠାନର ସମ୍ପାଦକ ସତପତି ଅର୍ଣ୍ଣପୂର୍ଣ୍ଣା , କାଉନସିଲର ଅଧ୍ୟକ୍ଷ ଇଗନସ ପ୍ରଭୁ ପ୍ରମୁଖ ଉପସ୍ଥିତ ଥିଲେ (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result