No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୧ ଜାନୁଆରୀ ରବିବାର ) ରଣପୁର/ଅଭିମନ୍ୟୁ ମହାରଣା :-ରଣପୁର ର ମଝି ଦାଣ୍ଡ ରେ ପାଣି ଜମି ଆଣ୍ଠୁଏ ହେଲାଣି , ଆଖି ଥାଇ ଅନ୍ଧ ଭଳି ବସି ରହିଛି ପିଏଚଡି ବିଭାଗ । କିଛିଦିନ ହେବ ରଣପୁର ଏନଏସି ଅଧିନ ରେ ଥିବା ପିଏଚଡ଼ି ବିଭାଗ ତଥା ଏନଏସି କର୍ତ୍ତୃପକ୍ଷ ଙ୍କ ର ଖାମଖ୍ୟାଲି ମନୋଭାବ ଯୋଗୁଁ ପାନୀୟ ଯୋଗାଣ ଜଳ ପାଇପ ଫାଟି ରଣପୁର ବଡ଼ଦାଣ୍ଡ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଭାଗୀୟ କର୍ମକର୍ତ୍ତା ମାନେ ହାତରେ ହାତ ରଖି ବସି ରହିଥିବା ଆଭିଯୋଗ ହେଉଛି ।

ମଝିଦାଣ୍ଡ ରେ ପାଣି ଜମିବା ପଦଚାରି ଙ୍କ ପାଈଁ ଅସୁବିଧାର କାରଣ ସାଜୁଛି ଏଥିନେଇ ସ୍ଥାନୀୟ ଅଧିବାସୀ ବିଭାଗୀୟ କର୍ମକର୍ତ୍ତା ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି ।

ପାନୀୟ ଜଳର ସଙ୍କଟ ଦେଖାଦେଇଥିବା ହେତୁ ରଣପୁର ଏନଏସି ଅଧିନ ରେ ଦିନେ ଛାଡ଼ି ଦିନେ ପାଣୀ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପାଇପ ଫାଟି ରାଜ ଦାଣ୍ଡ ରେ ଜଳ ଉବୁଡୁବୁ ଅବସ୍ଥାରେ । ଏହାକୁ କୁ ନେଇ ବୁଦ୍ଧିଜିବି ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେ ହେଁ ଏନେଏସି ର ବିଭାଗୀୟ ଅଧିକାରୀ ଙ୍କ ପାଖରେ ଏହିଭଳି ମନମୋଟିଆ କାର୍ଯ୍ୟ ଦେଖିବାକୁ ମିଳୁଛି । ଏହାର ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବା ନେଇ ସଧାରଣରେ ଦାବୀ ହୋଈଛି , ଦେଖାଯାଉ ଏନଏସି ର ଜଳ ଯୋଗାଣ ପିଏଚଡ଼ି ବିଭାଗ ପକ୍ଷରୁ କେବେ ଦେଖାଦେବ ତତ୍ପରତା ।
No Result
View All Result