No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ଜାନୁଆରି,ରବିବାର) ଦିଗପହଣ୍ଡି :- ଦିଗପହଣ୍ଡି ସହର ଉପକଣ୍ଠସ୍ଥ ଶ୍ରୀ ପାତାଳେଶ୍ଵର ମହାଦେବ ମନ୍ଦିର ଛକରେ ଥିବା ବଡ଼ଖେମୁଣ୍ଡି ରାଜବଂଶର ଦାୟାଦ ମହାପୁରୁଷ ଶ୍ରୀ ସନ୍ଥ ଅରକ୍ଷିତ ଦାସଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିବସନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଖେମୁଣ୍ଡି ରାଜବଂଶର ଦାୟାଦ ସନ୍ଥ ଶ୍ରୀ ଅରକ୍ଷିତ ଦାସ ବିଳାସ ବେଶନ ରାଜପ୍ରାସାଦ ଉପଭୋଗ ଛାଡି ସନ୍ନ୍ୟାସ ଗ୍ରହଣ କରି ଚାଲିଯାଇଥିଲେ ।

ଆଜି ତାଙ୍କର ପୁଣ୍ୟ ତିଥିକୁ ମନେ ପକାଇବାକୁ ଆଜି ସହରର ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଯୁବକ ଏବଂ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ପ୍ରତିମୂର୍ତ୍ତି ନିକଟରେ ସମସ୍ତେ ଏକତ୍ରିତ ହୋଇଥିଲେ । ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଧୋଇ ପରିଷ୍କାର କରିବା ପରେ ପୁଷ୍ପ ମାଲ୍ୟାର୍ପଣ ଦିଆଯାଇଥିଲା । ନୂତନ ବସ୍ତ୍ର ଆଉ ଉପଢୌକନ ପକାଇ ଧୂପ ଦୀପ ଦିଆଯାଇ ସମ୍ବର୍ଦ୍ଧନା କରିବା ସହ ସ୍ମୃତିଚାରଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଖେମୁଣ୍ଡି ଓକିଲ ସଂଘ ସଭାପତି ପରେଶ ଚନ୍ଦ୍ର ରଥ, ପ୍ରକୃତିବନ୍ଧୁ ପୁରଷ୍କାର ପ୍ରାପ୍ତ ପିଏଫଏ ସୋସିଆଲ ୱାର୍କର ଲିଙ୍କନ ତ୍ରିପାଠୀ, ଯୁବସମାଜସେବୀ ଦୀପକ ମିଶ୍ର, ସୁଧାକର ସାହୁ, ସାମ୍ବାଦିକ ଶଙ୍କର୍ଷଣ ରଥ, ବରିଷ୍ଠ ନାଗରିକ ପି.କ୍ରୀଷ୍ଣମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କାଳୁଚରଣ ବେହେରା, ମିଲନ ପାଣିଗ୍ରାହୀ,ମୁନା ବିଷୋୟୀ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result