No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ଶନିବାର ) ପାରଳାଖେମୁଣ୍ଡି :- କୃଷି ଆଇନକୁ ରଦ୍ଦ କରିବା ,ସମସ୍ତ କୃଷି ଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ ଏସ ପି )ଦେବା ପାଈଁ ଆଇନ ପ୍ରଣୟନ କରିବା, ସମସ୍ତ ଆନ୍ଦୋଳନ କାରୀଙ୍କ ଉପରୁ ମିଥ୍ୟା ମକଦ୍ଧମା ପ୍ରତ୍ୟାହାର କରିବା, ଗିରଫ କାରାଯାଇଥିବା ତୁଙ୍ଗ ନେତା ତଥା ଆନ୍ଦୋଳନ କାରୀଙ୍କୁ ଖଲାସ କରିବା, କୃଷକ ଆନ୍ଦୋଳନ ଉପରେ ପୋଲିସ ଜୁଲମ ଏବଂ ଲାଠି ପ୍ରହାର ଭଳି ଅମାନୁଷିକ କାର୍ୟ୍ୟରୁ କ୍ଷାନ୍ତ ରହିବା, ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରଭୃତି ଦାବିରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କୃଷକ ସଂଘର୍ଷ ସମନ୍ୱୟ ସମିତି ଗଜପତି ଜିଲ୍ଲା ପକ୍ଷରୁ ମିଳିତ ଭାବେ ପାରଳାଖେମୁଣ୍ଡି ସ୍ଥିତ ଡି ଇ ଓ କାର୍ଯ୍ୟାଳୟ ପାର୍ଶ୍ଵରେ ଥିବା ସିଆଇଟିୟୁ କାର୍ଯ୍ୟାଳୟ ସମ୍ମୁଖରେ ଠାରେ ଗଣ ସତ୍ୟାଗ୍ରହ ପୂର୍ବାହ୍ନ ୧୧ଘଣ୍ଟା ଠାରୁ ଅପରାହ୍ନ ୨ଘଣ୍ଟା ପର୍ୟ୍ୟନ୍ତ ଏ ଆଇ କେ ଏମ୍ ଏସ୍ ଜିଲ୍ଲା ସଂପାଦକ କେଦାର ଶବର ଙ୍କ ସଭାପତିତ୍ୱରେ ସଂଗଠିତ ହୋଇ ହୋଇଯାଇଛି l ଆଜକୁ ପ୍ରାୟ ୨ ମାସରୁ ଉର୍ଦ୍ଧ ସମୟ ଧରି ଦିଲ୍ଳୀ ରେ କୃଷକ ଆନ୍ଦୋଳନ ରେ ପ୍ରାୟ ୧୭୧ଜଣ କୃଷକ ମୃତ୍ୟୁ ବରଣ କରିଥୀବା ସତ୍ୱେ କେନ୍ଦ୍ର ସରକାର ଦାବି ପ୍ରତି ଭୃକ୍ଷେପ ନ କରି ବରଂ ଚାଷୀ ଙ୍କର ଏହି ଏକତାବଦ୍ଧ, ବଳିଷ୍ଠ ତଥା, ଶାନ୍ତି ପୂର୍ଣ୍ଣ ଓ ଗଣତାନ୍ତ୍ରିକ ଆନ୍ଦୋଳନ କୁ ବଦନାମ ଓ ଭଣ୍ଡୁର କରିବା ପାଇଁ
ଯେଉଁ ଭଳି ଭାବରେ ଜାନୁଆରୀ ୨୬ ତାରିଖ ରେ ଦିଲ୍ଳୀ ରେ କେନ୍ଦ୍ର ସରକାର ଙ୍କ ପ୍ରରୋଚନାରେ କେନ୍ଦ୍ର ପ୍ରଶାସନ, ଦିଲ୍ଳୀ ପୋଲିସ, କର୍ପୋରେଟ ଗଣମାଧ୍ୟମ, ଭଡାଟିଆ ବୁଦ୍ଧିଜୀବୀ କୁ ବ୍ୟବହାର କରି ଯେଉଁ ଅଭାବନୀୟ ଓ ଅଘଟଣ ଏବଂ ହିଂସା କାଣ୍ଡ ଭିଆଇଲେ ତାହା ଦେଶ ପ୍ରତି ଅସମ୍ମାନ ଏବଂ ଭାରତ ଇତିହାସ ରେ ଏହା କଳଙ୍କ ମୟ ଅଧ୍ୟାୟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରାଯାଇଛି । ମୋଦି ସରକାରଙ୍କ କର୍ପୋରେଟ ସପକ୍ଷବାଦୀ – ଚାଷୀ ଶୋଷଣ ଏବଂଚାଷୀ ମାରଣ ନୀତି ବିରୁଦ୍ଧରେ କୃଷକ ଆନ୍ଦୋଳନ କୁ ତେଜୀୟାନ କରିବା ପାଈଁ ଆଜିର ଏ ପବିତ୍ର ଦିବସ ରେ ଜନସାଧାରଣ ଙ୍କୁ ଆହ୍ୱାନ ଦିଆଯାଇଛି ।କୃଷି ଆଇନ ପ୍ରତ୍ୟାହାର ନ ହେଲା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଘୋଷଣା କରାଯାଇଛି । ଆଜିର ଏ ଗଣ ସତ୍ୟାଗ୍ରହ ସ୍ଥଳରେ ଅଧଘଣ୍ଟା ଧରି ମୌନ ବ୍ରତ ପାଳନ କରାଯାଇଥିଲା । ଆଜିର ଏ କାର୍ୟ୍ୟକ୍ରମ ରେ ସି ପି ଆଇ ଏମ୍ ଗଜପତି ଜିଲ୍ଲା ସଂପାଦକ ଦଣ୍ଡ ପାଣି ରଇତ, ମହିତ୍ ମିଶାଲ, ସୀପିଆଇ ଏମ୍ (ଲିବରସେନ୍) ଶ୍ରିନୁ ବେହେରା , କୃଷକ ସଭାପତି କେ. ମୀନl ରାଓ ସିପିଆଇମ୍ ସଭ୍ୟ ଏମ୍. ବାଙ୍ଗlରି, ପି. ମୁରଲି କ୍ରିଷ୍ଣା, ଏ ଆଇ କେ ଏମ୍ ଏସ ର ଚୈତନ୍ୟ ଶବର ଓ ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ନାୟକ ପ୍ରମୁଖ ନେତୃତ୍ୱ ନେଇ ଥିଲେ । କୃଷକ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇ ବକ୍ତବ୍ୟ ଦେଇଥିଲେ । ( ରିପୋର୍ଟ- ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result