No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜାନୁଆରୀ ଶୁକ୍ରବାର ) ହିଞ୍ଜିଳି :- ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ମାଧ୍ୟମରେ ୫୦ହଜାର ଟଙ୍କା ଋଣ କରାଇ ନଦେବାରୁ ୱାର୍ଡ଼ ସଭ୍ୟ ଜଣକ ଉନ୍ମତ ହୋଇ ମହିଳାଙ୍କ ଖଳାରେ ଗଚ୍ଛିତ ଥିବା ୧୨ଭରଣ ଧାନକୁ ନିଆଁ ଲଗାଇ ଦେଇଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି ଲକ୍ଷ୍ମୀପୁର ଗ୍ରାମରେ ଘଟିଛି । ଧାନଗଦା ଜାଳିଦେବା ଅଭିଯୋଗରେ ସଂପୃକ୍ତ ଗ୍ରାମର ୱାର୍ଡ଼ସଭ୍ୟ ସନ୍ତୋଷ ଦାସଙ୍କୁ ପୁଲିସ ଗିରଫ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ-୪୩ / ୨୧ରେ ଏକ ମାମଲା ରୁଜୁ କରି ପୁଲିସ ଶୁକ୍ରବାର ସଂପୃକ୍ତ ୱାର୍ଡ଼ସଭ୍ୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଡ଼ପଡ଼ା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ରାଜନ ବିଷୋୟୀଙ୍କ ସୁତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ହିଞ୍ଜିଳି ଥାନା ଆଡ଼ପଡ଼ା ପାଣ୍ଡି ଲକ୍ଷ୍ମୀପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ଦାସଙ୍କ ସ୍ତ୍ରୀ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ମାଧ୍ୟମରେ ଗ୍ରାମର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦ୍ୟେଶରେ ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ କରିଥାନ୍ତି । ସଂପୃକ୍ତ ଗ୍ରାମ ଇନ୍ଦିରା ଆବାସ କଲୋନୀର ୱାର୍ଡ଼ସଭ୍ୟ ସନ୍ତୋଷ ୫୦ହଜାର ଟଙ୍କା ଋଣ ପାଇଁ ଲକ୍ଷ୍ମୀଙ୍କ ସ୍ତ୍ରୀଙ୍କୁ କହିଥିଲେ । କିନ୍ତୁ ସଂପୃକ୍ତ ମହିଳା ଋଣ ପ୍ରଦାନ କରିବାକୁ ମନା କରି ଦେଇଥିଲେ । ୱାର୍ଡ଼ସଭ୍ୟ ଜଣକ ଏଥିରେ ଉତକ୍ଷିପ୍ତ ହୋଇ ଲକ୍ଷ୍ମୀ ନାରାୟଣଙ୍କ ଖଳାରେ ଗଚ୍ଛିତ ଥିବା ୧୨ଭରଣ ଚାଷ ଜମିର ଧାନଖଳା ରେ ନିଆଁ ଲଗାଇ ଦେଇଥିଲେ । ଘଟଣା ନେଇ ଲକ୍ଷ୍ମୀ ନାରାୟଣ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ପୁଲିସ ସଂପୃକ୍ତ ୱାର୍ଡ଼ସଭ୍ୟଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result