No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରି, ଶୁକ୍ରବାର ) ବାରିପଦା :- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରଣାଫୁଲକୁ୍ ହତ୍ୟା l ହତ୍ୟା ମାମଲାରେ ଭୁବନେଶ୍ୱର କମିଶନରେଟ ପୁଲିସ ହାତରେ ଅଭିଯୁକ୍ତ ରାକେଶ ସ୍ୱାଇଁ । ପୁଲିସ ତାଙ୍କୁ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଗିରଫ କରିଛି । ସିସିଟିଭିରେ ଥିବା ପଛ ସ୍କୁଟି ଆରୋହୀ ରାକେଶ ବୋଲି ପୁଲିସ ଜାଣିବାକୁ ପାଇଛି। ଅଧିକ ତଦନ୍ତ ପାଇଁ ରାକେଶଙ୍କୁ ରିମାଣ୍ଡରେ ନେଇଛି ଯାଜପୁର ପୁଲିସ ।
ଗତ ୨୬ ତାରିଖରେ ଝରାଫୁଲଙ୍କୁ ହତ୍ୟା କରାଯାଇଥିଲା । ପରେ ରାକେଶ ଓ ତାଙ୍କ ସାଙ୍ଗ ମୃତଦେହକୁ ମୟୂରଭଞ୍ଜ ଜିଲ୍ଲାରେ ଫିଙ୍ଗି ଦେବା ପାଇଁ ସ୍କୁଟିରେ ନେଉଥିଲେ । ହେଲେ ଜାତୀୟ ରାଜପଥରର ଯାଜପୁର ନିକଟରେ ମୃତ ଝରାଫୁଲଙ୍କ ପାଦ ତଳେ ଘୁଷୁରୁଥିବା ଦେଖି କେତେକ ସ୍ଥାନୀୟ ଲୋକେ ରାକେଶ ଓ ତାଙ୍କ ବନ୍ଧୁଙ୍କୁ କହିଥିଲେ । ଏହା ପରେ ଦୁଇ ସାଙ୍ଗ ଭୟଭୀତ ହୋଇଯାଇଥିଲେ। ପରେ ଯାଜପୁର କୁଆଖିଆ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଝରାଫୁଲଙ୍କ ମୃତଦେହ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ତେବେ ଏନେଇ ପୁଲିସ ମୁହଁ ଖୋଲି ନାହିଁ l
ବୁଧବାର ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା । ଦୁଇ ଜଣ ଯୁବକ ଏକ ସ୍କୁଟିରେ ତାଙ୍କୁ ନେଇ ସେଠାରେ ଫିଙ୍ଗି ଦେଇଥିବା ସିସିଟିଭିରେ କଏଦ ହୋଇଥିଲା । ଝରାଫୁଲଙ୍କ ମୃତ୍ୟୁର ୨୪ ଘଣ୍ଟା ଝିଅ ଲଭ୍ ଏଫ୍ଆଇର କଥା କହିଥିଲେ ତାଙ୍କ ବାପା ରମାକାନ୍ତ ନାୟକ । ଭୁବନେଶ୍ୱରର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସପର୍କ ଥିବା ସେ ପ୍ରକାଶ କରିଥିଲେ । ଏକଥା ଜାଣିବା ପରେ ସେ ଝିଅକୁ ତାଗିଦ କରିଥିଲେ । ଅନ୍ୟପକ୍ଷରେ ଝରାଫୁଲର ମୃତ୍ୟୁ ପଛରେ ରାକେଶର କିଛି ଭୂମିକା ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି ।(ଦୀପ୍ତିମାନପତି, ମୟୂରଭଞ୍ଜ )
No Result
View All Result