No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ହିଞ୍ଜିଳିକାଟୁ :- ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ କରୋନାରେ ମୃତ ରାଜ୍ୟର ପ୍ରଥମ ସାମ୍ବାଦିକ ତଥା ହିଞ୍ଜିଳିକାଟୁ ପ୍ରେସକ୍ଳବର ସଭାପତି ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦ୍ୟେଶରେ ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି ବନ୍ଧୁତାପୁର୍ଣ୍ଣ କ୍ରିକେଟ ମ୍ୟାଚ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ମହାବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଆୟୋଜିତ ମ୍ୟାଚରେ ସ୍ଥାନୀୟ ପ୍ରଶାସନ ଏକାଦଶ ସହ ପ୍ରେସ ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମୃତ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି ସକାଶେ ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଟସ୍ ଜିତି ପ୍ରଶାସନ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୩ଟି ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲେ । ଜବାବରେ ମିଡ଼ିଆ ଏକାଦଶ ପକ୍ଷରୁ ନିର୍ଦ୍ଧାରିତ ଓଭରରେ ୨ଟି ୱିକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲେ ।
ପ୍ରଶାସନ ଏକାଦଶ ୫୮ରନ୍ରେ ବିଜୟ ଲାଭ କରିଥିଲା । ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ବିଜୁ ଯୁବ ସଂଗଠକ ଅଜୟ କୁମାର ମହାରଣା, ଯୁଧିଷ୍ଟିର ସ୍ୱାଇଁ ପ୍ରମୁଖ ମଂଚାସିନ ଥିଲେ । ବିଜୟୀ ଓ ପରାଜୟ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ମ୍ୟାନ୍ ଅଫ୍ ଦି ମ୍ୟାାଚଚ ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ସୋରଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ପ୍ରଧାନ, ଶ୍ରେଷ୍ଟ ବୋଲର ଭାବେ ହିଞ୍ଜିଳି ଥାନା ଏସଆଇ ବାସୁଦେବ ଭୋଇ, ଅଲରାଉଣ୍ଡର ଭାବେ ସାମ୍ବାଦିକ ନିଳାଂଚଳ ସାହୁ, ଆମାଜିଙ୍ଗ ଓ ଏକ୍ସଲେଂଟ ଖେଳାଳି ଭାବେ ସାମ୍ବାଦିକ ଶେଷଦେବ ସାହୁ ଓ ବିଶ୍ୱମ୍ବର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଆମ୍ପାୟାର ଭାବେ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ଓ ଜିତେନ୍ଦ୍ର ପଣ୍ଡା ଦାୟିତ୍ୱ ନିର୍ବାହ କରିଥିବା ବେଳେ ସ୍କୋରର ଥିଲେ ପୁର୍ଣ୍ଣଚନ୍ଦ୍ର ଗୌଡ଼ । ପୂର୍ବତନ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ଓ ଆସିକା ସଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ ଧାରା ବିବରଣୀ କରିଥିଲେ । କାର୍ଯ୍ୟକ୍ରମରେ ବହୁ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ବନ୍ଧୁ, ବୁଦ୍ଧିଜୀବି ଉପସ୍ଥିତ ଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result