No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ମାହାଙ୍ଗା :- କ୍ଷେତରେ ଚାଷ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ର ମୃତ୍ୟୁ ଘଟିଛି । ଏ ଭଳି ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ଥାନା ସିନ୍ଧୁପୁର ଗ୍ରାମରେ । ଏହି ଗ୍ରାମର ଟ୍ରାକ୍ଟର ଚାଳକ ସୁରେନ୍ଦ୍ର ପ୍ରଧାନ ଘର ନିକଟ ପାଟ ଜମିରେ ମୁଗ ଫସଲ ପାଇଁ ଚାଷ କରୁଥିଲେ । କ୍ଷେତ ର ଏକ ହିଡ ଅତିକ୍ରମ କରିଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରାକ୍ଟର । ତେବେ ଗାଡ଼ି ଟି ଓଲଟି ପଡ଼ିବାରୁ ତା ତଳେ ସୁରେନ୍ଦ୍ର ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ । ଖବର ପାଇ କୁଆଁପାଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସୁରେନ୍ଦ୍ରକୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମାହାଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ( ରିପୋର୍ଟ ଲକ୍ଷ୍ମୀଧର ଖୁଣ୍ଟିଆ )
No Result
View All Result