ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଗତ ରାଷ୍ଟ୍ରୀୟ ଯୁବ ଦିବସ ଠାରୁ ଆରମ୍ଭ ହୋଇଥିବା 15 ଦିନିଆ ସ୍ୱଚ୍ଛ ପର୍ଯ୍ୟଟନସ୍ଥଳୀ ଅଭିଯାନ ଆଜି ନୟାଗଡ଼ ମଜୁରିଆପଲ୍ଲୀ ସ୍ଥିତ ମା ଭୈରବୀ ଦେବୀଙ୍କ ପୀଠରେ ଉଦଯାପିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଯୁବ ସମାଜସେବୀ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି 15 ଦିନିଆ ପର୍ଯ୍ୟଟନସ୍ଥଳୀ ସଫେଇ ଅଭିଯାନରେ ଜିଲ୍ଲାର ଅଗ୍ରଣୀ ଯୁବ ସଙ୍ଗଠନ ଫ୍ରେଣ୍ଡସ ହେଲ୍ପ ଗ୍ରୁପ, ରାଜସୁନାଖଳା ମହୋତ୍ସବ କମିଟି, ଶ୍ରୀକୃଷ୍ଣ ୟୁଥ କ୍ଲବ, ମୁଁ ବଘେଲ ସାମାଜିକ ଅନୁଷ୍ଠାନ, ନୟାଗଡ଼ ବିକାଶ ପରିଷଦ, ପ୍ରିନ୍ସ ଫାଉଣ୍ଡେସନ,

ସହିଦ ରଘୁଦୀଵାକର ଯୁବକ ସଂଘ ଓ ସଂଖେଇ ୟୁଥ କ୍ଲବ ମିଳିତ ଭାବେ ସାମିଲ ହୋଇ ଜିଲ୍ଲାର 11ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ସଫେଇ ଅଭିଯାନ ହାତକୁ ନେଇଥିଲେ l ଏହି ଅଭିଯାନରେ ନୂଆଗାଁ ମା ଶୁଳିଆ ପୀଠ, ରଜଗିରି ଗୁମ୍ଫା, ଝରଦେଇ ପୀଠ, ଶରଣକୁଳର ଶିମିଳି ପର୍ଯ୍ୟଟନ , ବାବା ଦ୍ବିତିକିଶ୍ବର ପୀଠ, ଗୋକୁଳାନନ୍ଦ ପୀଠ, ରଣପୁରର ମା ମଣିନାଗ ପୀଠ, କୋଟଗଡ଼ ସ୍ଥିତ ଅନନ୍ତ ଗୁମ୍ଫା ଓ ନୟାଗଡ଼ ମଜୁରିଆପଲ୍ଲୀ ସ୍ଥିତ ମା ଭୈରବୀଙ୍କ ପୀଠରେ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ଛାତ୍ରନେତା ପୃଥ୍ଵୀରାଜ ଦଳବେହେରା , ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂ, ଯୁବ ସମାଜସେବି ସନ୍ତୋଷ ପ୍ରଧାନ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ,

ସମାଜସେବୀ ମନୋଜ ସାହୁ, ରାଜସୁନାଖଳା ମହୋତ୍ସବ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ପ୍ରିନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ରୀନାରାଣୀ ସାହୁ, ପରିବେଶ ବିତ ଜ୍ଞାନରଞ୍ଜନ ପଣ୍ଡା, ସୁଜିତ ପ୍ରଧାନ , ଜଗନ୍ନାଥ ପ୍ରେମୀ ଅଫତାବ ହୋସେନ, ରୋହନ ମହାପାତ୍ର, ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ସମ୍ପାଦକ ସଞ୍ଜୟ ସାହୁ, ଯୁବ ସ୍ଵେଛାସେବି ମାନସ ବରlଡ଼,କାହ୍ନୁ ପ୍ରଧାନ, ମାଧବ ନାୟକ, କାମିନୀ ନାୟକ ପ୍ରମୁଖ ସାମିଲ ହୋଇଥିଲେ l ଅନ୍ୟପକ୍ଷେ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀ ସଫେଇ ଦିଗରେ ଯୁବଗୋଷ୍ଠୀଙ୍କ ଏହି ଅଭିନବ ପ୍ରୟାସକୁ ଜିଲ୍ଲାବାସି ସ୍ୱାଗତ କରିବା ସହ ଜିଲାର ସମସ୍ଥ ପର୍ଯ୍ୟଟନ ସ୍ଥଳୀରେ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l ( ରିପୋର୍ଟ -ରାମକୃଷ୍ଣ ରଥ )