No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୪ ଜାନୁଆରୀ ରବିବାର ) ହିଞ୍ଜିଳିକାଟୁ :- ପ୍ରତି ବର୍ଷ ଜାନୁଆରୀ ୨୪ ତାରିଖକୁ ସାରା ଦେଶରେ ଜାତୀୟ ବାଳିକା ଦିବସ ରୂପେ ପାଳନ କରାଯାଉଛି । ଏହି କ୍ରମରେ ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରବିବାର ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।
ଏହି ଉପଲକ୍ଷେ ମୁଖ୍ୟ ଅତିଥି ଜାତୀୟ ବାଳିକା ଦିବସ ପାଳନର ବାସ୍ତବତା ଓ ସେମାନଙ୍କ ପ୍ରତି ଉଦ୍ଧିଷ୍ଟ ଥିବା ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଆର୍ଥିକ ସ୍ୱାବଲମ୍ବୀ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୁଗୋପଯୋଗୀ ଆଇନ,ସହାୟତା ଓ ଅନ୍ୟାନ୍ୟ ଉନ୍ନତି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ପରେ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୫୦ ଜଣ ବାଳିକା ଶିକ୍ଷାର୍ଥୀ ପ୍ଲାକାର୍ଡ ଓ ବ୍ୟାନେର ପ୍ରଦର୍ଶିତ କରି ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result