No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ଵ୍ରହ୍ମପୁର :- ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଟିମ କ୍ଲିନ ସିଟି ଜାରି ରଖିଛି ତାର ସାପ୍ତାହିକ ସମାଜ ସେବା କାର୍ଯ୍ୟ । ଏହି ଅବସରରେ ଆଜି ଟିମ କ୍ଲିନ ସିଟି ପକ୍ଷରୁ ପୁଣି ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ କରାଯାଇଛି । ଦୀର୍ଘ ଦିନ ଧରି ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଆଜି ଵ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇଥିଲା । ଏଥିସହ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କରି ସ୍ମୃତି ଚାରଣ କରାଯାଇ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା । ଟିମର ଏହି ସଫେଇ କାର୍ଯ୍ୟରେ ଵ୍ରହ୍ମପୁର ମଣ୍ଡଳ କାରାଗାର ଜେଲର ମଧ୍ୟ ସାମିଲ ହୋଇଥିଲେ ।

ପରେ ରକ୍ତ ଅଭାବକୁ ଦୂର କରିବା ଲକ୍ଷ୍ୟରେ ଟିମ ର କିଛି ସଦସ୍ୟ ଵ୍ରହ୍ମପୁର ଏମକେସିଜି ପରିସରରେ ଥିବା ରକ୍ତ ଭଣ୍ଡାର ପରିସରରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ପୂର୍ବରୁ ଏଭଳି ସମାଜସେବା କାର୍ଯ୍ୟ ରେ ଟିମ କେବଳ ଵ୍ରହ୍ମପୁର କାହିଁକି ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜାଗାରେ ବେଶ ଉଚ୍ଚ ପ୍ରଶଂସିତ ହୋଇଛି । ଫୋଷ୍ଟର ମୁକ୍ତ ଅଭିଯାନରୁ ନିଜ କାର୍ଯ୍ୟ ଆରମ୍ଭ କରି ପରେ ଅସହାୟଙ୍କୁ ଉଦ୍ଧାର ଓ ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ପ୍ରତିମୂର୍ତ୍ତିକୁ ସଫେଇ କରିବା କାର୍ଯ୍ୟ ଟିମ ପକ୍ଷରୁ ହାତକୁ ନିଆଯାଇଛି । ଟିମ କ୍ଲିନ ସିଟି ସଦସ୍ୟଙ୍କ ଏଭଳି ଉଦ୍ୟମ କୁ ସହରବାସୀ ବେଶ ପ୍ରଶଂସା କରିଛନ୍ତି । ଟିମ ପକ୍ଷରୁ ପୂର୍ବ ପ୍ରସ୍ତୁତି ମୁତାବକ ଆଜିର କାର୍ଯ୍ୟରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ଏଭଳି ଉଦ୍ୟମ ଜାରି ରହିବ ବୋଲି ଟିମ ପକ୍ଷରୁ ସୂଚନା ଦିଆଯାଇଛି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result