No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର ) ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଆସନ୍ତା ମାସରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘନ ଘନ ହିଞ୍ଜିଳି ଗ୍ରସ୍ତ କରି ନିର୍ମାରଧିନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ଜଣାପଡ଼ିଛି । ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ହିଞ୍ଜିଳିକାଟୁ ପୌରାଂଚଳ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅନ୍ୟାନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ ପଂହଚି ପୌରାଂଚଳର ବିଭିନ୍ନ ୱାର୍ଡ଼ରୁ ଆର୍ବଜନା ସଂଗ୍ରହ କରିବା ସକାଶେ ୨ଟି ଆର୍ବଜନା ସଂଗ୍ରହ ଗାଡ଼ିକୁ ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ପରେ ପୌରାଂଚଳ ଶେଷ ପ୍ରାନ୍ତରରେ ନିର୍ମାଣଧିନ ଏସଟିଏଫଏସର କାର୍ଯ୍ୟଶୈଳୀ ବୁଲି ଦେଖିଥିଲେ ।

ପରେ ହିଞ୍ଜିଳି ଦେଉଳ ବନ୍ଧ ପରିସରର ସୌନ୍ଦର୍ଯ୍ୟକରଣ, ଆଲୋକୀ କରଣ, ସ୍ୱଚ୍ଛତା , ପରିମଳ ଓ ପୋଖରୀ ଚର୍ତୁପ୍ୱାଶ୍ୱର୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ । ସେଠାରୁ ସ୍ଥାନୀୟ ପୌରାଂଚଳ ୧୭, ୧୮, ୨୦ ଓ ୨୧ ନଂ ୱାର୍ଡ଼କୁ ନେଇ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ମୋ ୱାର୍ଡ଼ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲାପାଳଙ୍କ ସହ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା ମଂଚାସୀନ ଥିଲେ । ସ୍ଥାନୀୟ ପୌରାଂଚଳକୁ ସ୍ୱଚ୍ଛତା କ୍ଷେତ୍ରରେ ଦେଶରେ ୧ନଂ ର୍ୟାଙ୍କ ହାସଲ କରିବା ସକାଶେ ଅତିଥି ବୃନ୍ଦ ସହରବାସୀଙ୍କୁ ନିବେଦନ କରିବା ସହ ମୋ ୱାର୍ଡ଼ର କର୍ତ୍ୟବ୍ୟ ଓ ଦାୟିତ୍ୱ ପ୍ରତି ନିଷ୍ଠାର ସହ ସମ୍ପାଦନା କରିବା ନିମନ୍ତେ ୱାର୍ଡ଼ କମିଟି ଓ ଅଂଚଳବାସୀଙ୍କ ସହଯୋଗ କାମନା କରିଥିଲେ ।
ପ୍ରେଜେକ୍ଟର ମାଧ୍ୟମରେ ପରିମଳ ପରିଚ୍ଛନତା, ତ୍ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ବୃକ୍ଷରୋପଣ, ଭିଭୂମିର ସୁଦୃଢିକରଣ ଓ ଏନଫୋର୍ସମେଂଟ ଟିମ୍କୁ ସହଯୋଗ କରି ଆଂଚଳିକ ବିକାଶ ଓ ମୌଳିକ ସୁବିଧା, ଗୋଷ୍ଠୀ ଅଂଶ ଗ୍ରହଣ ଆଦି କାର୍ଯ୍ୟଧାରା ପ୍ରସଙ୍ଗରେ ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟତଃ ପ୍ଳାଷ୍ଟିକ, ପଲିଥିନ୍ ଓ ଅ।ର୍ବଜନା ମୁକ୍ତ ସହରରେ ପରିଣତ କରିବା ପାଇଁ ଜିଲ୍ଲାପାଳ କୁଲାଙ୍ଗେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ସାନିଟାଇଜର ଏକ୍ସପୋର୍ଟ ଅଭିଜିତ ପୁରୋହିତ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ପୋଲାଇ, ଯୁଧିଷ୍ଟିର ସ୍ୱାଇଁ, ସୁନିଲ ନାହାକ, ପ୍ୟାରୀମୋହନ ପାଢି, ଅରକ୍ଷିତ ବାଡ଼ତ୍ୟା, ପୌର କର୍ମଚାରୀ ଏ. ମୋହନ ଆଚାରୀ, ଇ. କିଶାନ କୁମାର ପାତ୍ର, ସୁବାଷ ପଟ୍ଟନାୟକ, ଅଶ୍ୱିିନି ନାୟକଙ୍କ ସମେତ ବହୁ ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ଶେଷଦେବ ସାହୁ )
No Result
View All Result