No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର ) ଜଟଣୀ :-– ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅଧୀନରେ କାର୍ଯ୍ୟରତ ଜୈନିକ ସି ଟି ଆଇ ରବୀନ୍ଦ୍ର କୁମାର ବାରିକ ୫୭ଙ୍କ ଝାରସୁଗୁଡ଼ା ସ୍ଥିତ ଟି ଟି ବିଶ୍ରାମଳୟରେ ଆକସ୍ମିକ ମୃତ୍ୟୁ ଘଟିଛି । ଖବର ନେବାରେ ଜଣାପଡିଛି, ଶ୍ରୀ ବାରିକ ଗତ କାଲି ୦୨୮୬୬ ପୁରୀରୁ ଏଲ ଟି ଟି ଏକ୍ସପ୍ରେସ ଟ୍ରେନର କଣ୍ଡକ୍ଟର ଭାବେ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏସି କୋଚରେ କାର୍ଯ୍ୟରତ ଥିଲେ , ସବୁ ଦିନ ପରି ଗତକାଲି ମଧ୍ୟ ଝାରସୁଗୁଡ଼ା ଠାରେ ଅବସ୍ଥିତ ଟି ଟି ବିଶ୍ରାମଳୟରେ ବସି ମୋବାଇଲରୁ ଗୀତ ଶୁଣୁ ଥିବା ସମୟରେ ହଠାତ୍ ମୁଣ୍ଡ ବୁଲେଇବା ସଙ୍ଗେ ସଙ୍ଗେ ବାନ୍ତି ମଧ୍ୟ କରିଥିଲେ । ଏହା ଦେଖି ସହ କର୍ମଚାରୀ ପି କେ ସେଠୀ ତୁରନ୍ତ ଷ୍ଟେସନ ମ୍ୟାନେଜରଙ୍କୁ ଖବର ଦେଇଥିଲେ, ସେଠିକାର ଟି ଟି ମାନଙ୍କ ସହଯୋଗରେ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସମଲେଶ୍ଵରୀ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।
ସେଠାରେ ଡାକ୍ତର ମାନେ ସିଟି ସ୍କାନ କରି ବ୍ରେନ୍ ହାଁବ୍ରେଜ୍ ହୋଇଛି ବୋଲି ଜାଣିବା ପରେ ରାତା ରାତି ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସକାଳୁ ସକାଳୁ ଆମ୍ରୀରେ ଆସି ପହଞ୍ଚି ଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୂର୍ତ ଘୋଷଣା କରିଥିଲେ । ଖବର ପାଇ ତାଙ୍କ ପରିବାର ଲୋକେ ଓ ଖୋର୍ଦ୍ଧାରୋଡ଼ ଟି ଟି ସଂଘର ସଦସ୍ୟ ମାନେ ଆମ୍ରୀ ହସ୍ପିଟାଲରେ ପହଞ୍ଚି ଶବକୁ ସତ୍କାର ନିମନ୍ତେ ପୁରୀ ସ୍ବର୍ଗଦ୍ବାରକୁ ନେଇଥିଲେ , ସ୍ବର୍ଗତ ଶ୍ରୀ ବାରିକ ପୁରୀ ବାସିନ୍ଦା ଏବଂ ଜଣେ ଲୋକପ୍ରିୟ ବ୍ୟକ୍ତି ହୋଇଥିବାରୁ ସ୍ବର୍ଗଦ୍ଵାର ଠାରେ ସହ ସହ ଲୋକଙ୍କ ଉପସ୍ଥିତରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଶ୍ରମିକ କଂଗ୍ରେସର ଶାଖା ସଂପାଦକ ଏଲ ଡି ମହାନ୍ତି , ଅମୀୟ ମହାନ୍ତି ପ୍ରମୁଖ ପୁରୀ ସ୍ବର୍ଗଦ୍ବାର ଠାରେ ପହଞ୍ଚି ଶେଷ ଦର୍ଶନ ସହିତ ଶୋକାକୁଳ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ଏବଂ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ତାଲିକା ଭୂକ୍ତ କରିବା ପାଇଁ ରେଳ ପ୍ରଶାସନ ଆଗରେ ଦୃଢ଼ ଦାବି ଜଣାଇଥିଲେ । ( ଜଟଣୀ ରୁ ଇଫତେଖାର ଅଲ୍ଲୀ )
No Result
View All Result