• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୩ୟ ଦିନରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ : ଘର ଆଲଟମେଂଟର ଉଚ୍ଚସ୍ତରୀୟ ତଦନ୍ତ ଦାବି

Proprietor Abhimanyu Maharana by Proprietor Abhimanyu Maharana
January 20, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
୩ୟ ଦିନରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ : ଘର ଆଲଟମେଂଟର ଉଚ୍ଚସ୍ତରୀୟ ତଦନ୍ତ ଦାବି
Share on FacebookShare on TwitterWhatsapp

(ମା ତାରିଣୀ ବସ୍ତି କୋଠାଘର ପାଇଥିବା ଲୋକଙ୍କ କାଂଥ ଭଙ୍ଗା)

ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ଭୁବନେଶ୍ୱର :- ଆଜି ୩ୟ ଦିନରେ ମା ତାରିଣୀ ବସ୍ତି ପଟୁ ବିଏମସି ବିଡିଏ ଓ ସ୍ମାର୍ଟ ସିଟି ଉଛେଦକାରୀ ଦଳ ବୁଲଡୋଜର ଓ ବ୍ୟାପକ ପୋଲିସ ଫୋର୍ସ ସହିତ ପହଞ୍ଚିଥିଲେ। ଗତ ଦୁଇ ଦିନରେ ଅରବିନ୍ଦ ନଗରର ବସ୍ତି ଥଇଥାନ ବିଏସୟୁପି ଯୋଜନାରେ କୋଠାଘର ପାଇ ସାରିଥିବା ଲୋକଙ୍କ ଘର ଭାଙ୍ଗିଥିବା ବେଳେ ଆଜି ତାରିଣୀ ବସ୍ତିର ଘର ଭାଙ୍ଗିବାକୁ ପହଂଚିଲେ। କିନ୍ତୁ ତାରିଣୀ ବସ୍ତିର ସମସ୍ତ ବସ୍ତିବାସିନ୍ଦା କୋଠାଘର ପାଇବା ପରେ ପରେ ନିଜ ଘର ନିଜେ ଭାଙ୍ଗି, ଆଜବେଷ୍ଟସ କବାଟ ଝରକା ଖୋଲି ନେଇଯାଇଥିଲେ। କେବଳ କାଂଥ ଗୁଡିକ ଛିଡା ହୋଇଥିଲା ।

ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି କାଂଥଭଙ୍ଗା ଅଭିଯାନ ଚାଲୁ ରହିଥିଲା ।
ଆଉ ୫ଟି ଘରର କାଂଥ ଭଙ୍ଗା ବାକି ରହିଥିବା ବେଳେ, ଭଙ୍ଗାଳୀ ଦଳ ଅପରାହ୍ନ ୨ ଟାରେ ଭଙ୍ଗା ଅଭିଯାନ ବନ୍ଦ କରି ଚାଲିଯାଇଥିଲେ। ପୁଣି ଥରେ ଆସି ବାକି ୫ଟି ଘରର କାଂଥ ଭାଙ୍ଗିବେ ବୋଲି କହିଥିଲେ। ଚଳିତ ଭଙ୍ଗା ଅଭିଯାନର ପ୍ରଥମ ଦିନ ୧୮ ଜାନୁଆରୀରେ ସକାଳ ୧୦ ଟାରୁ ପ୍ରତିରୋଧର ସାମ୍ନା କରି ୨.୩୦ମି ପର୍ଯ୍ୟନ୍ତ ବସ୍ତି ଭିତରେ ବୁଲଡୋଜର ପଶି ପାରି ନଥିଲା। ଘର ପାଇନଥିବା ଲୋକଙ୍କ ଗୋଟିଏ ମଧ୍ୟ ଘର ନଭାଙ୍ଗିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ୨.୩୦ ରୁ ୫ ଟା ପର୍ଯ୍ୟନ୍ତ ଘରଭଙ୍ଗା ଚାଲିଥିଲା । କିନ୍ତୁ ଆଜି ଆଉ ମାତ୍ର ୫ଟି ଘରର କାଂଥ ଭାଙ୍ଗିବାକୁ ଥିବାବେଳେ ୨.୩୦ମିରେ ଡୋଜର ଫେରାଇ ନେଇ ପୁଣିଥରେ ଭାଙ୍ଗିବାକୁ ଆସିବାକୁ କହି ଯିବା ପ୍ରଶାସନର ନିୟତି ପ୍ରତି ସନ୍ଦେହ ସୃଷ୍ଟି କରୁଛି। ଗତ ୧୫ ତାରିଖରେ ବସ୍ତି ଭାଙ୍ଗିବାକୁ ମାଇକ ପ୍ରଚାର ପରଠାରୁ ବସ୍ତିବାସିନ୍ଦା କାମଧନ୍ଦା ବନ୍ଦ କରି ବିଏମସି, ବିଡିଏ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡିଥିଲେ ।

ଗତ ୧୮ ତାରିଖରୁ ଲଗାତର ୩ ଦିନଧରି ସେମାନଙ୍କ ଘରର ସୁରକ୍ଷା ପାଇଁ ଜଗି ରହିଥିଲେ। ସବୁ ଦିନେ ଏଭଳି କାମଧନ୍ଦା ହରାଇ ବଞ୍ଚିବେ କିଭଳି ବୋଲି ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଯେହେତୁ ପୂର୍ବରୁ ଏହିଭଳି ଘର ପାଇଥିବା ଲୋକଙ୍କ ଘର ଭାଙ୍ଗିବା ନାମରେ ଆସି ଆଦୌ ଘର ପାଇନଥିବା ଲୋକଙ୍କ ଘର ଭାଙ୍ଗି ଦେଇଥିଲେ। ଏହାକୁ ନେଇ ବସ୍ତିବାସିନ୍ଦା ଭୟଭୀତ ହେବା ସ୍ୱାଭାବିକ। ଏହି ପରିପ୍ରେକ୍ଷୀରେ ବସ୍ତିବାସିନ୍ଦା ପୁଣିଥରେ ବିଡିଏ, ବିଏମସି ଓ ଭୁବନେଶ୍ୱର ଡିସିପିଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି କିଛି କିଛି କାଂଥ ଭାଙ୍ଗିବା ପାଇଁ ବାରମ୍ବାର ବୁଲଡୋଜର ନେଇ ଆସି ସେମାନଙ୍କୁ ଆତଙ୍କିତ କରନ୍ତୁ ନାହିଁ। ବର୍ତ୍ତମାନ ଉଭୟ ବସ୍ତିର ମୋଟ ୪୦୦ ପରିବାରଙ୍କ ମଧ୍ୟରୁ ମଝିରେ ଗୋଟିଏ ଗୋଟିଏ ପରିବାର ବା ମୋଟ ୧୭୯ ପରିବାର କୋଠାଘର ପାଇଥିବା ବେଳେ ବାକି ପ୍ରାୟ ୨୦୦ ପରିବାର ଘର ପାଇ ନାହାନ୍ତି। ଏଥିରୁ ୧୩୭ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗେଇ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଡିପୋଜିଟ କରିବାକୁ କହିଛନ୍ତି। ଲୋକେ ଘରୋଇ ସୁଧକୁ ଟଙ୍କା ଆଣି ଡିପୋଜିଟ କରିଛନ୍ତି ।

ସେମାନଙ୍କୁ ଡିସେମ୍ବର ୨୮ ରେ ଘର ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ମଧ୍ୟ ଦିଆଯାଇନାହିଁ। କିନ୍ତୁ ଶାସକ ଦଳ ଓ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏହି ଭଙ୍ଗା ଅଭିଯାନରେ ପ୍ରତିବାଦ ନକରିବାକୁ ଏବଂ ଯଦି ବାକି ଲୋକଙ୍କ ଘରଭଙ୍ଗା ବେଳେ ପ୍ରତିବାଦରେ ସାମିଲ ହୁଅନ୍ତି ତାଙ୍କ ଟଙ୍କା ମଧ୍ୟ ବୁଡିଯିବ ଏବଂ ଘର ପାଇବେନି ବୋଲି ଧମକ ଦିଆଯାଇଥିଲା। ଫଳରେ ଘର ନପାଇ ମଧ୍ୟ ଏହି ୧୩୭ ପରିବାର ଏହି ୩ ଦିନର ଆନ୍ଦୋଳନରେ ସାମିଲ ହୋଇନଥିଲେ। ସରକାରୀ ଦଳ ଓ ପ୍ରଶାସନ ଲୋକଙ୍କୁ ଭାଗ ଭାଗ କରି ମାତ୍ର କିଛି ପରିବାରଙ୍କୁ କୋଠାଘର ଦେଇ ବାକି ଲୋକଙ୍କ ଉଛେଦ ଉଦ୍ୟମ ଜାରୀ ରଖିଛନ୍ତି, ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତିବାସିନ୍ଦାଙ୍କ ମିଳିତ କମିଟି ପକ୍ଷରୁ ଏହାର ତୀବ୍ର ନିନ୍ଦା କରାଯାଇଛି। ଏଥିସହ ଘର ଆଲଟମେଂଟରେ ହୋଇଥିବା ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ କରି ବସ୍ତିରେ ଆଦୌ ରହୁନଥିବା ଫେକ ଲୋକଙ୍କ ଘର ରଦ୍ଦ କରିବା ସହିତ ବସ୍ତିରେ ପ୍ରକୃତରେ ରହୁଥିବା ସବୁ ଗରୀବ ପରିବାରଙ୍କ ନାମରେ ଘର ଆଲଟମେଂଟ କରିବାକୁ ଏବଂ ଥଇଥାନ ପୂର୍ବରୁ ଉଛେଦ ବନ୍ଦ ରଖିବାକୁ ମିଳିତ ବସ୍ତି କମିଟି ପକ୍ଷରୁ ସରକାର ଓ ପ୍ରଶାସନ ନିକଟରେ ଦାବି କରାଯାଇଛି ଏବଂ ସେମାନଙ୍କ ଦାବି ପୂରଣ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବେ ବୋଲି ବସ୍ତି କମିଟି ନେତା ଦୀନବନ୍ଧୁ ସାହୁ, ପର୍ଶୁରାମ ମହଲା, ଜୟ କିଶୋର ଶର୍ମା, ପୀତବାସ ବେହେରା, ରଜନୀ ପଣ୍ଡା, ଜଗବନ୍ଧୁ ସାହୁ, ଶୈଳବାଳା ସାହୁ ଆଦି ଜଣାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version