No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ପୁରୀ :- ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଆସନ୍ତା ଗୁରୁବାର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଯେତେବେଳେ ମନ୍ଦିର ଖୋଲିବ ସେମାନଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ମଗାଯିବ ନାହିଁ । ତେଣୁ ଏହି କାରଣରୁ ମନ୍ଦିରରେ ପ୍ରବଳ ଭିଡ ହେବା ଅନୁମାନ କରାଯାଉଛି । ଦୈନିକ ୩୦ ହଜାର ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବ । ଯଦି ଶ୍ରଦ୍ଧାଳୁଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ହୁଏ, ତେବେ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି । ଜାନୁଆରୀ ୨୧ରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ କରିବା ପାଇଁ ଆଉ କରୋନା ନେଗେଟିଭ ରିପୋର୍ଟ ଦରକାର ପଡିବ ନାହିଁ ବୋଲି ମନ୍ଦିର ପ୍ରଶାସନ ଘୋଷଣା କରିଛନ୍ତି ।
ଏଣୁ ପ୍ରଥମ କିଛି ଦିନ ମନ୍ଦିରରେ ଭୀଷଣ ଭିଡ଼ ହୋଇପାରେ । ତେଣୁ ଯଦି ଦରକାର ହୁଏ ତେବେ ମନ୍ଦିରର ମୁଖ୍ୟ ଦ୍ୱାର କିଛି ସମୟ ବନ୍ଦ କରି ଦିଆଯିବ । ଗୋଟିଏ ପର୍ଯ୍ୟାୟରେ ଭକ୍ତ ଦର୍ଶନ କରି ଫେରିବା ପରେ ବାହାରେ ଅପେକ୍ଷାରତ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ । ବଡ଼ ଦାଣ୍ଡରେ ଯେଉଁ ବ୍ୟାରିକେଡିଙ୍ଗ କରାଯାଇଛି ସେଥିରେ ଘଣ୍ଟାକୁ ୬ ହଜାର ଭକ୍ତ ଧାଡି ବାନ୍ଧି ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ଯାଇପାରିବେ । ଯଦି ମନ୍ଦିର ଭିତରେ ଗହଳି ଲାଗି ରହେ, ବ୍ୟାରିକେଡ଼ ଭିତରେ ଅପେକ୍ଷା କରିବାକୁ ଭକ୍ତଙ୍କୁ କୁହାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
No Result
View All Result