1. ଆଜି ୪୦ ଜଣ ସ୍ୱାସ୍ଥ୍ୟ କର୍ମୀ ଯଥା ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟମାନଙ୍କୁ କୋଭିସିଲ୍ଡ (COVISHIELD) ଟିକା ଦିଆଯାଇଥିଲା |
2. କୋଭିସିଲ୍ଡ ର ପ୍ରଥମ ଡୋଜ୍ ଡି ଆର୍ ଏଚ୍ ର ୫୨ ବର୍ଷ ଵୟସ୍କ ହାଉସ୍ କିପିଙ୍ଗ୍ ସହକାରୀ ସହାୟକଙ୍କୁ ଦିଆଯାଇଥିଲା |
3. ପଞ୍ଜୀକରଣ, ଟୀକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ତିନୋଟି ପୃଥକ କୋଠରୀ ର ବ୍ୟବସ୍ଥା କରାଯାଇଛି |
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ଖୋର୍ଦ୍ଧା ରୋଡ଼ :- କୋଭିଡ୍-19 ଟୀକାକରଣ କାର୍ଯ୍ୟକ୍ରମ ଖୋର୍ଦ୍ଧା ରୋଡ଼ ଡିଭିଜନାଲ ରେଳବାଇ ହସ୍ପିଟାଲରେ ଆରମ୍ଭ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତରଫରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ, ୧୩୦ ସ୍ୱାସ୍ଥ୍ୟ କର୍ମୀ, ଯଥା ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ଡିଭିଜନାଲ ରେଳ ହସ୍ପିଟାଲରେ କାର୍ଯ୍ୟ କରୁଥିବା ହାଉସ୍ କିପିଂ ଆସିଷ୍ଟାଣ୍ଟମାନେ କୋଭିଡ୍-19 ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଥିଲେ ।
ଆଜି ସବ୍-ଅର୍ଡିନେଟ୍ ବିଶ୍ରାମ ଗୃହରେ ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହଙ୍କ ଦ୍ୱାରା କୋଭିଡ୍-19 ଟୀକାକରଣ କାର୍ଯ୍ୟକ୍ରମ ଉଦ୍ ଘାଟନ କରାଯାଇଥିଲା | ଟୀକାକରଣର ପ୍ରଥମ ଡୋଜ୍ ଖୋର୍ଦ୍ଧା ରୋଡ଼ ଡିଭିଜନାଲ ରେଲୱେ ହସ୍ପିଟାଲର ୫୨ ବର୍ଷିୟା ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟ ଶ୍ରୀମତୀ ବିଣା ଦେଈଙ୍କୁ ଦିଆଯାଇଥିଲା। ଆଜି ସମୁଦାୟ ଚାଳିଶ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍-19 ଟିକା ଦିଆଯାଇଛି | ଅବଶିଷ୍ଟ ସଦସ୍ୟମାନଙ୍କୁ ଏହି ମାସର ୨୧ ଓ ୨୩ ରେ ଦିଆଯିବ |