No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ଜାନୁଆରୀ ରବିବାର ) ଓଡ଼ଗାଁ :- ସମଗ୍ର ଭାରତ ବର୍ଷରେ ଅଯୋଧ୍ୟାରେ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ରାଜ୍ୟ ର ସହର ଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହେଇଛି ।
ଆଜି କୁରାଳ ବିଜେ ଶ୍ରୀ ରଘୁନାଥ ଜୀୟୁଙ୍କ ପବିତ୍ର ପୀଠରୁ ପାଣ୍ଠି ସଂଗ୍ରହର ଶୁଭାରମ୍ଭ ସହିତ ଟୋକନ୍ ମାଧ୍ୟମ ରେ ଆର୍ଥିକ ସହାୟତା ପ୍ରଦାନ ପାଇଁ କୁରାଳ ର ଗ୍ରାମବାସୀ ଓ ପଞ୍ଚାୟତ ବାସୀଙ୍କୁ ନିବେଦନ କରାଯାଇଛି । ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ସକାଶେ ସମସ୍ତ ଗ୍ରାମବାସୀ ଯଥା ସମ୍ଭବ ଅର୍ଥ ରାଶି ଦାନ କରିବା ଲାଗି ନିବେଦନ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)
No Result
View All Result