No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର )ପାରଳାଖେମୁଣ୍ଡି :– ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁମନ୍ଦିର ପରିସରରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ସକାଶେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି(ଓଡିଶା) ଗଜପତି ଜିଲ୍ଲା ଶାଖା ତରଫରୁ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଜାନୁୟାରୀ ୧୫ରୁ ୩୦ତାରିଖ ପର୍ଯ୍ୟନ୍ତ ୧୫ଦିନ ନିଧି (ଅର୍ଥ) ସଂଗ୍ରହ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାରେ ୧୨ଶହ ଗ୍ରାମର ସାଢେ ତିନି ଲକ୍ଷ ପରିବାର ସହ ଯୋଗା ଯୋଗ କରାଯିବ । ଏଥି ନିମନ୍ତେ ୧୮୫ଟି ଗ୍ରୁପ ଗଠିତ ହୋଇଛି ଏବଂ ଆଜିଠାରୁ ନିଧି ସଂଗ୍ରହ ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି । ଅଗଷ୍ଟ ,୨୦୨୦ ମସିହାର ଭାରତ ସରକାରଙ୍କ ଦ୍ଵାରା ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ପ୍ରଦାନ କରାଯାଇଥିବା ୧୦/,୧୦୦/ ଓ ୧୦୦୦/ ଟଙ୍କା କୂପନ ମାଧ୍ୟମରେ ପରିବାର ସମ୍ପର୍କ କରି ସଂଗ୍ରହ କରାଯିବ ।
ଟ୍ରଷ୍ଟ ତରଫରୁ ପ୍ରସ୍ତୁତ କରାଯାଇଥିବା ଏକ ସ୍ବତନ୍ତ୍ର ଆପ୍ ମାଧ୍ୟମରେ ସଂଗୃହିତ ହୋଇଥିବା ରାଶିକୁ ଡିପୋଜିଟ୍ କରାଯିବ ଏବଂ ଜିଲ୍ଲାରେ ୨୩ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ସେମାନଙ୍କୁ ସେଥି ନିମନ୍ତେ ସ୍ବତନ୍ତ୍ର ତାଲିମ ମଧ୍ଯ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ଯ ରମାକାନ୍ତ ରଥ, ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ସଂଗଠନ ସମ୍ପାଦକ ବିଶ୍ଵାମିତ୍ର ମହନ୍ତ,RSSର ଜିଲ୍ଲା ସଂଘଚାଳକ ଗୌରାଙ୍ଗ ପାଣିଗ୍ରାହୀ,RSSର ଗଞ୍ଜାମ ବିଭାଗ କାର୍ଯ୍ୟକାରିଣୀ ସଦସ୍ଯ ଅନାଦି ପାଣିଗ୍ରାହୀ,ଅଭିଯାନର ପାରଳାଖେମୁଣ୍ଡି ନଗର ପ୍ରମୁଖ ବିନୋଦ ଚନ୍ଦ୍ର ଜେନା ଓ ସ୍ବାଗତ ସମିତି ଅଧ୍ୟକ୍ଷ ମହନ୍ତ ରାମାନନ୍ଦ ଦାସ,ମୁନୀନ୍ଦ୍ର ଶବର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସରସ୍ଵତୀ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ଯ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଗୁରୁମା ଓ ଗୁରୁଜୀ ମାନେ ସହଯୋଗ କରିଥିଲେ l (ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result