No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ରାସଗୋବିନ୍ଦପୁର :- ପ୍ରତି ବର୍ଷ ଭଳି ଅମରଦା ପଞ୍ଚାୟତର ଅମରଦା ଯୁବକ ସଂଘର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଜାନୁଆରୀରେ ୭ ଦିନ ଶେଷ ହୋଇଛି ।ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଆଭାଷଚନ୍ଦ୍ର ସ୍ମାରକୀ କରକ୍ ବଲ କ୍ରିକେଟ ଟୋଣ୍ଣାମେଣ୍ଟ ରେ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ । ତନ ମଧ୍ୟରୁ ବାଲେଶ୍ୱରର ମୁକ୍ତେଶ୍ଵର ସ୍ପୋଟିଂ ଟିମ୍ ଓ ରେମୁଣା NCC ଟିମ ମଧ୍ୟରେ ଫାଇନାଲ ମ୍ୟଚ ଅନୁଷ୍ଠିତ ହୋଇଥିଲା l ମୁକ୍ତେଶ୍ଵର ସ୍ପୋଟିଂ ଟିମ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିଦ୍ଧାରିତ 20 ଓଭରରେ 134 ରନ କରିଥିଲା, ଜବାବରେ ରେମୁଣା NCC ଟିମର ରସାନନ୍ଦଙ୍କର49 ରନ ସହଯୋଗରେ 19.3 ଓଭର 6 ୱକେଟ ବିନିମୟରେ 135 ରନ କରି ବିଜୟୀ ଲାଭ କରିଥିଲା l
ସେହିପରି ସୋମନାଥ ସ୍ମାରକ ଟେନିସ ବଲ୍ କ୍ରିକେଟ ଟୋଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଥିବା ଆଠଟି ଦଳ ମଧ୍ୟରୁ ରିଏଲ ଅମରଦା ଟିମ୍ ଏବଂ ଗିଲାଯୋଡି ଟିମ୍ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଗିଲାଯୋଡି ଟିମ୍ ବିଜୟୀ ଲାଭ କରିଥିଲା । ଛୋଟ ପିଲାଙ୍କ ର ବାଳକ ବାଳିକା କ,ଖ,ଗ ବିଭାଗ ରେ ବିଭିନ୍ନ ପ୍ରକାର ଖେଳରେ ବିଭିନ୍ନ ଗ୍ରାମରୁ ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୩୦ ଇଉନିଟ୍ ରକ୍ତ ସଂଗୃହୀତ ହୋଇଥିଲା l
ଅମରଦା ଯୁବକ ସଂଘର ସଭାପତି ସଂଜୀବ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୂଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଡା ଆଦିତ୍ୟ କୁମାର ପଣ୍ଡା ଏବଂ ମୂଖ୍ୟ ବକ୍ତା ଭାବେ ବଧିମୁହଁ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସୁଭାଷ ଚନ୍ଦ୍ର ଗିରି,ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଉତ୍ତମ ମହାନ୍ତି, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଂପାଦକ ତନ୍ମୟ ମହାନ୍ତି ଏବଂ କ୍ଲବ ର ଉପଦେଷ୍ଟା ଯୁବ ସମାଜସେବୀ ମାନବ ମହାନ୍ତି ଯୋଗଦାନ କରି କର୍କ ବଲ୍ କ୍ରିକେଟ ରେ ଚାମ୍ପିୟାନ ରେମୁଣା NCC ଟିମ୍ କୁ ୨୫,୦୦୦ ଟଙ୍କା ଓ ରନସ୍ ଅଫ୍ ଟିମ୍ ମୁକ୍ତେଶ୍ଵର ସ୍ପୋଟିଂ କୁ ୨୦,୦୦୦ ଟଙ୍କା ସହିତ କପ୍ ପ୍ରଦାନ କରିଥିଲେ । ଟେନିସ୍ ବଲ କ୍ରିକେଟ ରେ ଚାମ୍ପିୟାନ ଗିଲାଯୋଡି ଟିମ୍ କୁ ୧୫,୦୦୦ ଟଙ୍କା ଓ ଓ ରନସ୍ ଅଫ୍ ଟିମ୍ ରିଏଲ ଅମରଦା କୁ ୧୦,୦୦୦ ଟଙ୍କା ସହିତ କପ୍ ପ୍ରଦାନ କରିଥିଲା ।
ପରେ ଛୋଟ ଛୋଟ ପିଲା ମାନଙ୍କର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିବା ସହ ବୃଦ୍ଧ ,ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ଶୀତ ବସ୍ତ୍ର ବିତରଣ କରଯାଇଥିଲା । ସଂଘର ସଂପାଦକ ଅଶିତ ଜେନା, ବିକାଶ ପଟ୍ଟନାୟକ, ଦେବୁ ବେହେରା, ଅନନ୍ତ ନନ୍ଦ,ଆକାଶ ପଟ୍ଟନାୟକ, ଅରୁଣ ମହାନ୍ତି, ଜିତୁନ ଦେବନାଥ,ଧନଞ୍ଜୟ ସିଂ,ଗୋବିନ୍ଦ ଚନ୍ଦ୍ର ସିଂ,ସହୁଲ ବାରିକ,ଚନ୍ଦନ ଖିଲାର,ଦେବବ୍ରତ ପାତ୍ର,ସୂର୍ଯ୍ୟ କାନ୍ତ ଆଚାର୍ଯ୍ୟ, ଶିବୁ ପାତ୍ର,ରଘୁନାଥ ସେଠୀ, ପ୍ରଦୀପ ପାତ୍ର,ଚନ୍ଦନ ଦେବନାଥ ସହଯୋଗ କରିଥିଲେ ।ଏହି ଭଳି ଅମରଦା ଯୁବକ ସଂଘ କର୍ମଶାଳl କରି ରାସଗୋବିନ୍ଦପୁର ବ୍ଲକରେ ଉଦାହରଣ ସୃଷ୍ଟି କରି ବିଭିନ୍ନ ମୋହଲରୁ ପ୍ରଶଂସା ସାଉଁଟିଛି l (ଦୀପ୍ତିମାନ ପତି, ମୟୂରଭଞ୍ଜ )
No Result
View All Result