• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା (ଦିଶା) କମିଟି ବୈଠକ

Proprietor Abhimanyu Maharana by Proprietor Abhimanyu Maharana
January 13, 2021
in Uncategorized, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା (ଦିଶା) କମିଟି ବୈଠକ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ନୟାଗଡ଼  :- ଆଜି ଦିବା ଘ.୧୦.୩୦ମି. ସମୟରେ ଦଶପଲ୍ଲା ଅନ୍ତର୍ଗତ ବନ୍ୟପ୍ରାଣୀ ସଂରକ୍ଷଣ ଡାକ ବଙ୍ଗଳା ଠାରେ ମାନ୍ୟବର ସାଂସଦ କଟକ ଶ୍ରୀ ଭର୍ତ୍ତୃହରି ମହତାବ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଶ୍ରୀ ମହତାବ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ କହିଲେ ଯେ , ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ଜିଲ୍ଲା ସଦର ମହକୁମା ବାହାରେ ଦିଶା ବୈଠକ ଅନୁଷ୍ଠିତ କରାଯାଇଥାଏ । ସେହିଭଳି ଏ ବର୍ଷ ମଧ୍ୟ ଦଶପଲ୍ଲା ଅନ୍ତର୍ଗତ କୁଆଁରିଆ ଠାରେ ଏହି ବୈଠକ ଅନୁଷ୍ଠିତ ହେବା ପାଇଁ ବନ ଭିଭାଗ ତରଫରୁ ସୁବିଧା ଯୋଗାଇ ଦିଆଯାଇଛି । ଏହି ବୈଠକର ଉଦ୍ଦେଶ୍ୟ ସଂପର୍କରେ ଶ୍ରୀ ମହତାବ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ଟେଲିକମ ସେକ୍ଟର ସଂପର୍କରେ ଆଲୋଚନା କରି ଏହି କାର୍ଯ୍ୟକ୍ରମକୁ ବ୍ୟାପକ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂସ୍ଥା କି ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ଏବଂ କେନ୍ଦ୍ର ସରକାର କେତେ ଅର୍ଥ ଏହି ଜିଲ୍ଲାକୁ ଯୋଗାଇ ଦେଇଛନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ ପଂଚାୟତରେ ବର୍ତମାନ ସୁଦ୍ଧା  ସୁବିଧା ଯୋଗାଇ ଦିଆଯାଇ ପାରିନାହିଁ । ଯେଉଁ ପଂଚାୟତରେ ଏହି ସୁବିଧା ମିଳି ପାରିନାହିଁ ତାହା ତୁରନ୍ତ ଯୋଗାଇ ଦେବା ମାନ୍ୟବର ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଗ୍ରାମୀଣ ପାନୀୟ ଜଳ ଯୋଗାଣ ସଂପର୍କରେ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି କଂଟିଲୋରେ ପାଇପ୍ ଲାଇନ୍‌ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । ବନ ବିଭାଗ ଦ୍ୱାରା କରାଯାଇଥିବା ବୃକ୍ଷ ରୋପଣ ସଂପର୍କରେ ଆଲୋଚନା କରି ଶ୍ରମିକମାନଙ୍କର ବେତନ ବୃଦ୍ଧି କରିବା ପାଇଁ କହିଥିଲେ । ଗଣିଆ ଠାରୁ ବଡ଼ମୁଳ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ରାସ୍ତା ଓ କୋଠାବାଡି , ଗ୍ରାମ୍ୟ ଉନ୍ନୟନ ଏବଂ ବନ ବିଭାଗଙ୍କ ମିଳିତ ଉଦ୍ୟମରେ ରାସ୍ତା ଗୁଡ଼ିକୁ ତିଆରି କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିଛି ବୋଲି ପ୍ରକାଶ କରାଯାଇଥିଲା । ଜିଲ୍ଲାରେ ଡାକ୍ତରଙ୍କ ସଂଖ୍ୟା କମ ଥିବାରୁ ଡାକ୍ତର ପଦବୀ ତୁରନ୍ତ ପୂରଣ କରିବା ପାଇଁ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟଜ୍ୟୋତି ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ ସଂପର୍କରେ ଆଲୋଚନା କରାଯାଇଥିଲା । ପରେ ପରେ ଉଦ୍ୟାନ ବିଭାଗ ଉପରେ ଆଲୋଚନା କରି ଆମ୍ବତୋଟା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରିବା ପାଇଁ ମାନ୍ୟବର ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ନୂଆଗାଁ ଠାରେ ହୋଇଥିବା ପ୍ଲାଣେସନକୁ ଏକ କମିଟି ୭ଦିନ ମଧ୍ୟରେ ପରିଦର୍ଶନ କରିବା ୨ ପାଇଁ ସ୍ଥିର କରାଯାଇଥିଲା । ନୟାଗଡ଼ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥକୁ ତୁରନ୍ତ ସମାପ୍ତ କରିବା ପାଇଁ ଏବଂ

ନୟାଗଡ଼ରେ ହେବାକୁ ଥିବା ବାଇପାସ ରାସ୍ତାକୁ ତ୍ୱରାନ୍ନିତ କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ବିଦ୍ୟୁତ୍ କରଣ ସଂପର୍କରେ ଆଲୋଚନା କରାଯାଇ ହିତାଧିକାରୀଙ୍କୁ ତୁରନ୍ତ ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଖଣ୍ଡପଡ଼ା ଠାରେ ଏକ ବିଦ୍ୟୁତ୍ ଗ୍ରୀଡ୍ ସ୍ଥାପନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆଗତ କରାଯାଇଥିଲା । ଯୋଗୀ ଯୋଗିଆଣୀ ବୌଦ୍ଧ ପୀଠକୁ ଏକ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ପରିଶେଷରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରମତୀ ବୈଜୟନ୍ତୀମାଳା ମହାନ୍ତି ସମସ୍ତଙ୍‌କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ , ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ଜିଲ୍ଲାପାଳ ଡ. ପୋମା ଟୁଡୁ (ଭା.ପ୍ର.ସେ.), ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ.ଡି., ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣି ସଂରକ୍ଷଣ) ଶ୍ରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ , ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମସ୍ତ ଲାଇନ୍‌ ବିଭାଗର ଅଧିକାରୀ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଯୋଗଦାନ କରିଥିଲେ ।  ( ରିପୋର୍ଟ ରାମକୃଷ୍ଣ ରଥ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

July 22, 2026
ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version