No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ବାଲେଶ୍ୱର :- ଯାତ୍ରୀମାନଙ୍କର ସୁବିଧା ପାଇଁ ଭୁବନେଶ୍ୱର ଓ ବାଙ୍ଗିରିପୋଷି ମଧ୍ୟରେ ସ୍ୱତନ୍ତ୍ର (ସ୍ପେଶାଲ) ଟ୍ରେନ୍ ଚଳାଚଳ କରିବ । ଯାହା ଚଳିତମାସ ୧୨ ତାରିଖରୁ ଫେବ୍ରୁଆରୀ ୨୮ ତାରିଖ ମଧ୍ୟରେ ଚାଲିବ ବୋଲି ପ୍ରାଥମିକ ଭାବେ ନିଷ୍ପତ୍ତି ନିଆଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଟା ୩୦ରେ ଛାଡ଼ି ବାଙ୍ଗିରିପୋଷିରେ ରାତି ୧୨ଟା ୫ରେ ପହଞ୍ଚିବ । ଫେରିବା ସମୟରେ ବାଙ୍ଗିରିପୋଷି-ଭୁବନେଶ୍ୱର ସ୍ପେଶାଲ ଆସନ୍ତା ୧୩ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ବାଙ୍ଗିରିପୋଷିରୁ ପ୍ରତିଦିନ ଭୋର୍ ୪ଟା ୨୦ରେ ଛାଡ଼ି ଭୁବନେଶ୍ୱରରେ ଦିନ ୧୦ଟାରେ ପହଞ୍ଚିବ । ଟ୍ରେନ୍ ଉଭୟ ଦିଗରୁ ଭୁବନେଶ୍ୱର ଏବଂ ବାଙ୍ଗିରିପୋଷି ମଧ୍ୟରେ କଟକ, ଯାଜପୁର-କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରା, ବାଲେଶ୍ୱର, ରୁପସା, ଠାକୁରତୋଟା, ଜଗପୁରା, ଜୋଗଲ୍, ବେତନଟୀ, କୃଷ୍ଣଚନ୍ଦ୍ରପୁର ଏବଂ ବାରିପଦା ଷ୍ଟେସନ୍ରେ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।(ଦୀପ୍ତିମାନ ପତି , ବାଲେଶ୍ୱର )
No Result
View All Result