No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ପଦ୍ମପୁର :- ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ କଳାକାର ମହାସଂଘ ର ଏକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ମହାସଂଘ ର ସଭାପତି ଶ୍ରୀ ପ୍ରେମସାଗର ଫୌଜଦାରଙ୍କ ନେତୃତ୍ବରେ କୋଭିଡ କଟକଣା ସତ୍ତ୍ଵେ କମ୍ କଳାକାର ମାନଙ୍କୁ ନେଇ ମାକ୍ସ, ସେନିଟାଏଜର ଓ ସାମାଜିକ ଦୂରତା ରକ୍ଷା କରି ଏକ ଶୋଭାଯାତ୍ରାରେ ପାଲା, ଦାସ୍ କାଠିଆ, କରମା, ସଂଚାର, କୀର୍ତ୍ତନ, ଦୁଲ୍ ଦୁଲି ଓ ଗଣ୍ଡା ବଜା ପାଇକମାଳ ଖେଳ ପଡିଆ ଠାରୁ ଆରମ୍ଭ କରି ନୃସିଂହନାଥ ମାର୍ଜାରୀ କେଶରୀ କଳାମଣ୍ଡପ ପର୍ଯ୍ୟନ୍ତ ବ୍ଳକ ର ୨୨ଟି ପଞ୍ଚାୟତର ସମସ୍ତ କଳା ସଂଘର କଳାକାର ନିଜ ନିଜ ପୋଷାକ ପରିଧାନ କରି ନିଜ ବାଦ୍ୟଯନ୍ତ୍ର ସହିତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l
କଳାମଣ୍ଡପ ରେ ପହଞ୍ଚିଲା ପରେ ବରିଷ୍ଠ କଳାକାର ଶ୍ରୀ ତ୍ରିଲୋଚନ ମେହେରଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ଅତିଥି ଭାବେ ଶ୍ରୀ ସୁବୋଧ ପଣ୍ଡା ଓ ସାମ୍ବାଦିକ ବଡ ଶତପଥୀ ଉପସ୍ଥିତ ଥିଲେ l ବି. କେ. ଏସ୍. ଏସ୍. ର ଉପସଭାପତି ଶ୍ରୀ ଲଲିତ ଜଗତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସିଥିବା ୧୨ ଗୋଟି ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନ କରିଥିଲେ l ଅନେକ ଆଲୋଚନା ପରେ ନିଜ ପଞ୍ଚାୟତ ସ୍ଥାନୀୟ ଦଳ ସଚେତନତା କାର୍ଯ୍ୟକ୍ରମ କରି ପାରିବେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇ ଦଳ ଚୟନ କରି ଅଳ୍ପ ସମୟ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଗୋଟିଏ ପରେ ଗୋଟିଏ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ l ମହାସଂଘ ତରଫରୁ ସମସ୍ତ କଳାକାର ଙ୍କୁ ମାନପତ୍ର ଓ ବି. କେ. ଏସ୍. ଏସ୍. ତରଫରୁ ନିଜ ପଞ୍ଚାୟତ ରେ ସ୍ୱାସ୍ଥ୍ୟ ଉପରେ କଳା ପରିବେଷଣ କରିବା ପାଇଁ ଚୟନ ଦଳ ଗୁଡିକୁ ଆଦେଶ ପତ୍ର ଦିଆ ଯାଇଥିଲା l
କାର୍ଯ୍ୟକ୍ରମକୁ ଲଲିତ ଜଗତ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ମାତ୍ରାରେ ସହୋଯାଗ କରିଥିଲେ ମହାସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ ପ୍ରଧାନ, ବିଶ୍ଵନାଥ ସେଠ୍, ଦୁର୍ଯ୍ଯୋଧନ ତ୍ରିପାଠୀ, ଦେବେନ୍ଦ୍ର ସାହୁ, ଟାଇଲ୍ ଚନ୍ଦ୍ର ଭୋଇ, ଦୁଃଶାସନ କୁମ୍ଭାର, ମୋହିତ ବାଗ l ଦୀର୍ଘ ୧୦ ମାସ ପରେ କଳାକାର ମାନଙ୍କର ମୁହଁରେ ହସ ଫୁଟି ଥିବାରୁ ସରକାର ଓ ପ୍ରାଶାସନିକ ଅଧିକାରୀ ମାନଙ୍କୁ କଳାକାର ମହାସଂଘର ସମସ୍ତ କଳାକାର ଧନ୍ୟବାଦ ଜଣାଇଛନ୍ତି l କଳାକାର ମହାସଂଘର ଏଭଳି କାର୍ଯ୍ୟକ୍ରମ ଦେଖି ବୁଦ୍ଧିଜୀବୀ, କଳାପ୍ରେମୀ ପ୍ରସଂଶା କରିଛନ୍ତି l ଶେଷରେ ମହାସଂଘ ର କୋଷାଧକ୍ଷ ଶ୍ରୀ ଚିତ୍ତରଞ୍ଜନ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result