No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ଦେଉଲି ଠାରେ ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର,ପଶ୍ଚିମାଞ୍ଚଳ ଏକତା ମଞ୍ଚ ପଦ୍ମପୁର ଓ ଦେଉଲି ଗ୍ରାମର ଆନୁକୂଲ୍ୟରେ ସୁଶ୍ରୀ ଜିତେଶ୍ବରୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ସୁଶ୍ରୀ ଜୟଶ୍ରୀ ମେହେର,ବୀର କିଶୋର ଶତପଥୀ,ଯୁବରାଜ କୁଦେଇ ଓ ଶିବ ପ୍ରସାଦ ହାତୀଙ୍କୁ ସିରଜିନା ମକର ସମ୍ମାନରେ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଗଲା । ଏହି ଅବସରରେ ପଶ୍ଚିମ ଓଡିଶାର କବି ମାନଙ୍କର ଏକ କବି ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସଂପାଦକ ରାଜେନ୍ଦ୍ର ମହାନ୍ତି ପ୍ରକାଶ କରିଥିଲେ ।
ପଙ୍କଜିନୀ ପ୍ରଧାନ,ପୌଲସ୍ତ୍ଯ ସାହା,ଡ ଅବନୀକାନ୍ତ ସାହୁ,ଶରତ ସାହୁ,ଶଙ୍କର ଶତପଥୀ ଆଦି ସଭ୍ଯ ସଭ୍ଯା ଯୋଗଦାନ କରିଥିଲେ । ଶେଷରେ କବି ଡ ଅବନୀକାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result