No Result
View All Result
ଓଡ଼ିଶା ତାଜା ନିୟୁଜ୍ (୪ ଜାନୁଆରୀ ମଙ୍ଗଳବାର ) ପୁରୁଷୋତ୍ତମପୁର :- ଗଞ୍ଜାମ ଜିଲ୍ଲା ପୁରୋଷୋତ୍ତମପୁର ବ୍ଳକ କେଶପୂର ଛକ ଠାରେ ଆଞ୍ଚଳିକ ବାଲ୍ମିକୀ ଦାସକୂଳ ମହାସଂଘ ପୁର୍ବଖଣ୍ଡ ତାଲୁକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୁର୍ବଖଣ୍ଡ ତାଲୁକା ଉପସଭାପତି ପ୍ରଭାକର ଦାସଙ୍କ ସଭାପତି ତ୍ବରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ରୂପେ ଇଂ ଚକ୍ରପାଣି ନାହାକ ଏବଂ ସମ୍ମାନୀୟ ଅତିଥି ରୂପେ ଆଇନଜିବୀ ସୁମାଦାସ ଗଞ୍ଜାମ ଜିଲ୍ଲା ବାଉରି ଖଦାଳ ବିକାଶ ମଞ୍ଚ ଏବଂ ଅନ୍ୟାନ୍ୟ ତାଲୁକା ସଭାପତିଙ୍କ ଉପସ୍ଥିତରେ ସଭା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଉକ୍ତ ବୈଠକରେ କୂଳ ଜନସାଧାରଣ କରିଥିବା ଆପତ୍ତି ଏବଂ ଅଭିଯୋଗକୁ ନେଇ ପୁର୍ବରୁ ଥିବା କମିଟିକୁ ଭାଙ୍ଗି ବହିଷ୍କାର କରାଗଲା ପୁର୍ବଖଣ୍ଡ ତାଲୁକା ର ୧୧୯ ଗୋଟି ଗ୍ରାମର କୂଳ ଜନସାଧାରଣଙ୍କ ନିଷ୍ପତ୍ତି ତଥା ସଂଖ୍ୟା ଗରିଷ୍ଠତା ଭିତ୍ତିରେ ଶ୍ରୀ ପ୍ରଭାକର ଦାସ (କାଟୁ)ଙ୍କୁ ସଭାପତି ଦାୟିତ୍ବ ପ୍ରଦାନ କରାଗଲା ସେହିପରି ଉପସଭାପତି ଭାବେ ସୁଶାନ୍ତ କୁମାର ଦାସ କୁଷପୁର, ପିଣ୍ଟଦାସ ଶିଖରପୁରୁ ସମ୍ପାଦକ ,ସହସମ୍ପାଦକ ଅମୂଲ୍ୟ ଦାସ
,କୋଷାଧ୍ୟକ୍ଷ ସଞ୍ଜୟ ଦାସ ଖୋସଳା ପଲ୍ଲୀ ଏବଂ ମୁଠା ସଭାପତି ଭାବେ ବାବୁ ଦାସ ନନ୍ଦିକ, ଭିକାରୀ ଦାସ ପୁରୋଷୋତ୍ତମପୁର ,କାଳିଆ ଦାସ ଭାବନ୍ଧ ,ରାମନାଥ ଦାସ କେଶପୂର ,ସୁମିତ ଦାସ କୁମାରୀ ,ଧନୁଦାସ ଚାନ୍ଦୁଲି ,ବାୟା ଦାସ ପାଇକ । ଉପଦେଷ୍ଟା ଭାବେ ଚକ୍ରପାଣି ଦାସ, ରଘୁନାଥ ଦାସ, ଶୁକୃ ଦାସ, ସାନ ରବି ଦାସଙ୍କୁ ଦାୟିତ୍ବ ଦିଆଯାଇଛି ।ଯୁବବାହିନୀ ସଭାପତି ଭାବେ ମିଥୁନ ଦାସ ଉପସଭାପତି ସଞ୍ଜୟ ଦାସ ଓ ସୁନିଲ ଦାସ ସମ୍ପାଦକ ସୁଷାନ୍ତ ଦାସ କୋଷାଧ୍ୟକ୍ଷ ଯୁଧିଷ୍ଠିର ଦାସଙ୍କୁ ଚୟନ କରାଗଲା । ଆଗାମୀ ଦିନରେ ମହିଳା ମାନଙ୍କ ସୁରକ୍ଷା ପାଇଁ କମିଟିଵୃନ୍ଦ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ପ୍ରଭାକର ଦାସ କହିଛନ୍ତି । ପୁର୍ବଖଣ୍ଡ ତାଲୁକାକୁ ଉପଯୁକ୍ତ ନ୍ୟାୟ ସହ ବିକାଶ ପଥରେ ଆଗେଇ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରାଯିବ ବୋଲି ସମ୍ପାଦକ ପିଣ୍ଟୁଦାସ କହିଛନ୍ତି । ଏହି ସଭାକୁ ସହ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ କହିଛନ୍ତି । ଉକ୍ତ ସଭାରେ ପ୍ରାୟ ୧୮୦୦ ଶହ ମହିଳା, ଯୁବକ ଓ ମାନ୍ଯଗଣ ବ୍ଯକ୍ତିମାନେ ଉପସ୍ଥିତ ଥିଲେ । ସମସ୍ତ କର୍ମକର୍ତ୍ତା ଏବଂ କୁଳ ସମାଜର ଜନସାଧାରଣ ଉକ୍ତ ସଭାକୁ ଯୋଗ ଦେବା ସହ ଶାନ୍ତି ଶୃଙ୍ଖଳାରେ ପରିଚାଳିତ ହୋଇଥିବାରୁ ସଭାପତି ସମସ୍ଥଙ୍କୁ ଧନ୍ୟବାଦ ଅର୍ପଣ ସହ ନୂତନ ଇଂରାଜୀ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result