No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ଭୁବନେଶ୍ୱର :- ତଦନ୍ତ ଦକ୍ଷତା ବଢ଼ାଇବାକୁ ଆହ୍ୱାନ ଦେଲେ ପୁଲିସ ଡିଜିପି ଶ୍ରୀ ଅଭୟ । କମିଶନରେଟ ପୁଲିସର ୧୩ ତମ ପ୍ରତିଷ୍ଠା ଦିବସରେ ଡିଜିପି ଶ୍ରୀ ଅଭୟ ଏଭଳି ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଜନସାଧାରଣ ଆମଠାରୁ ମୁକ୍ତ ଏବଂ ନିରପେକ୍ଷ ତଦନ୍ତ ଆଶା ରଖିଥାନ୍ତି । ଆମକୁ ସେଥିପ୍ରତି ଉତରଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ । ମହିଳା ଏବଂ ଶିଶୁ ବିରୋଧୀ ହିଂସା ପ୍ରତି ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ତଦନ୍ତ ଏବଂ ପରବର୍ତୀ ଫଲୋଅପ୍ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ । ସାଇବର ଅପରାଧ ନିରାକରଣ ପାଇଁ ଦକ୍ଷତା ବୃଦ୍ଧି ନିମନ୍ତେ ଆହ୍ୱାନ ଦିଆଯାଇଛି । ନକଲି ଖାଦ୍ୟ ଓ ସଂଗଠିତ ଅପରାଧ ନିରାକରଣ ପାଇଁ ସାବାସୀ ଦେଲେ ଡିଜିପି । ସୁନା ଲୁଟ୍, ବ୍ୟାଙ୍କ ଲୁଟ୍ର ପର୍ଦ୍ଧାଫାସ୍ ପାଇଁ ପ୍ରଶଂସା କଲେ ଡିଜିପି । ପ୍ରତିଷ୍ଠା ଦିବସ ଅବସରରେ ଶ୍ରେଷ୍ଠ ବିବେଚିତ ଅଫିସରଙ୍କୁ ଡିଜିପି ପୁରସ୍କୃତ କରିଛନ୍ତି । ପ୍ରକାଶ ପାଲ୍ ଏବଂ ଅମରେନ୍ଦ୍ର ପଣ୍ଡା ଶ୍ରେଷ୍ଠ ଏସିପି ଭାବେ ବିବେଚିତ ହୋଇଛନ୍ତି । ଶ୍ରେଷ୍ଠ ଆଇଆଇସି ଭାବେ ଉମାକାନ୍ତ ପ୍ରଧାନ ଏବଂ ତାପସ ପ୍ରଧାନ ବିବେଚିତ ହୋଇଛନ୍ତି ।
No Result
View All Result