ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଭୁବନେଶ୍ୱର :- ସବୁଜ ଭାରତ ତରଫରୁ ଆଜି ଜଟଣୀସ୍ଥିତ ୟୁପିଏସ୍ ହସ୍ପିଟାଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ଭାରତର ଅଧ୍ୟକ୍ଷ ସତ୍ୟବ୍ରତ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଔଷଧୀୟ ଚାରା ରୋପଣ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଗୋପୀନାଥ ଯୁବକ ସଂଘର ସମ୍ପାଦକ ଦୁଷ୍ମନ୍ତ ମିଶ୍ର ଯୋଗଦେଇ ସବୁଜ ଭାରତର ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଗୋପୀନାଥ ଯୁବକ ସଂଘର ସହଯୋଗୀ ସମ୍ପାଦକ ପ୍ରଶାନ୍ତ ମିଶ୍ର, ୟୁପିଏସ୍ ହସ୍ପିଟାଲର ଡ଼ାକ୍ତର ସାର୍ଥକ ଶୋଭନ ପରିଡ଼ା, ଡ଼ାଟା ଆସିଷ୍ଟାଣ୍ଟ ଅଭିଷେକ ମହାପାତ୍ର, ନର୍ସ ଶୁଭସ୍ମିତା ଓଝା, ସୌଭାଗ୍ୟ ମଞ୍ଜରୀ ସ୍ୱାଇଁ, ଫାର୍ମାସିଷ୍ଟ ପ୍ରିୟଙ୍କା ଆଚାର୍ଯ୍ୟ ଲାବରେଟୋରୀ ଟେକ୍ନିସିଆନ ସତ୍ୟଜିତ ସିଂ, ଷ୍ଟାଫ ଲକ୍ଷ୍ମୀଧର ଭୋଇ ପ୍ରମୁଖ ଯୋଗଦେଇ ବିଭିନ୍ନ ଔଷଧୀୟ ଚାରା ରୋପଣ କରିଥିଲେ । ସମ୍ପ୍ରତି ଦିନକୁ ଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଏହାଦ୍ୱାରା ଜଙ୍ଗଲ କ୍ଷୟ ହୋଇ ପରିବେଷ ପ୍ରଦୂଷଣ ହେବା ସହିତ ବନ୍ୟଜନ୍ତୁଙ୍କ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଛଅ ଋତୁ ଆଜି ସାତ ସପନ ।