• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଧାନ ମିଲରୁ ବାହାରୁ ଥିବା ଅଦରକାରୀ ପାଉଁଶ ଏବେ ହୋଇଛି ରୋଜଗାରର ମାଧ୍ୟମ

Proprietor Abhimanyu Maharana by Proprietor Abhimanyu Maharana
January 3, 2021
in ଓଡ଼ିଶା, ହୋମ୍
0
ଧାନ ମିଲରୁ ବାହାରୁ ଥିବା ଅଦରକାରୀ ପାଉଁଶ ଏବେ ହୋଇଛି ରୋଜଗାରର ମାଧ୍ୟମ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩ ଜାନୁଆରୀ ରବିବାର) କଳାହାଣ୍ଡି :- ଆଜିର ସମାଜରେ ବି ଅନେକ ଯୁବକ ଅଛନ୍ତି ଯେଉଁମାନେ ନିଜର ସ୍ୱାଧୀନ ଓ ଅନନ୍ୟ ଚିନ୍ତା ବଳରେ ଅନ୍ୟପାଇଁ ସାଜି ପାରନ୍ତି ଆଦର୍ଶ । କେବଳ ନିଜେ ବଂଚିବାର କଥା ଚିନ୍ତା କରିବା ବଦଳରେ ସେମାନେ ଅନ୍ୟମାନଙ୍କ ପେଟକୁ ଦାନା ଦେବା ସହିତ ଓଠରେ ହସ ଫୁଟାଇବାରେ ସଫଳ ହୋଇପାରନ୍ତି । କଳାହାଣ୍ଡିକୁ କେବେ କେବେ ଦେଶ ବିଦେଶରେ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଉଥିବା କଳାହାଣ୍ଡି ବି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିପାରେ ଓ ଦେଶର ପ୍ରଗତିରେ ନିଜକୁ ସାମିଲ କରାଇପାରେ । ନିଜର ଅନନ୍ୟ ତଥା ଭିନ୍ନ ଚିନ୍ତାଧାରାରେ ଆଜି କଳାହାଣ୍ଡିରୁ ବିଦେଶ ଯାଉଛି ପାଉଁଶ ଏବଂ ଏହି ବର୍ଜ୍ୟବସ୍ତୁ ଏବେ ହୋଇଛି ରୋଜଗାରର ମାଧ୍ୟମ ।

କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ରହନ୍ତି ବିଭୂପ୍ରସାଦ ସାହୁ । ୨୦୦୧ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ ହେଁ ନିଜର ସ୍ୱତନ୍ତ୍ର ଚିନ୍ତାଧାରା ପାଇଁ ସେ ୨୦୦୭ରେ ଚାକିରୀ ଛାଡ଼ିଦେଇ ବ୍ୟବସାୟ ଆରମ୍ଭ କଲେ । ପରେ ପରେ ଏକ ରାଇସ ମିଲ କରିଥିଲେ ଗତ ୨୦୧୬ ମସିହାରେ । ମିଲ ଆରମ୍ଭ ପରେ ମିଲରୁ ବାହାରୁଥିବା ପାଉଁଶକୁ ମିଲ ବାହାରକୁ ନିଜ ଖର୍ଚ୍ଚରେ ଟ୍ରାକ୍ଟର ଯୋଗେ ବିଭିନ୍ନ ଅଂଚଳକୁ ନେଇ ଫିଙ୍ଗୁଥିଲେ । ଏହି ପାଉଁଶ ଫିଙ୍ଗିବାରେ ଦେଖା ଦେଉଥିଲା ଘୋର ଅସୁବିଧା । କିଛି ଲୋକେ ଏହାକୁ ବିରୋଧ ମଧ୍ୟ କରୁଥିଲେ କାରଣ ଏହି ପାଉଁଶ ଯେଉଁ ଜମିରେ ପଡ଼ୁଥିଲା ସେହି ସବୁ ଜମିର ଗୁଣବତ୍ତା ଧୀରେ ଧୀରେ ଲୋପ ପାଇବସେ । ଏହି ସମସ୍ୟାକୁ କିଭଳି ଭାବରେ ଦୂର

କରାଯାଇପାରେ ଏ ବିଷୟରେ ଗବେଷଣା କରୁ କରୁ ସେ ପାଉଁଶକୁ ନେଇ ଏକ ପ୍ରକାର ଛୋଟ ଛୋଟ ଗୁଳି ତିଆରି କରିବାକୁ ଚିନ୍ତା କଲେ, ଯାହାକି ଷ୍ଟିଲ କମ୍ପାନୀ ଗୁଡ଼ିକର ବ୍ୟବହାରରେ ଆସିପାରିବ । ହରିପ୍ରିୟା ରିଫ୍ରାକ୍ଟୋରୀସ୍ ପ୍ରାଇଭେଟ ଲିମିଟେଡ଼୍ ନାମରେ ଏକ କମ୍ପାନୀ ଆରମ୍ଭ କଲେ । ନିଜେ ଏଥି ନିମନ୍ତେ ନିଜସ୍ୱ ଜ୍ଞାନକୌଶଳ ବଳରେ ବିଭିନ୍ନ ମେସିନରେ ଗୁଳି କଲେ ଏବଂ ପ୍ରାୟ ଏକବର୍ଷ ଏ ଦିଗରେ ପରୀକ୍ଷା ନିରୀକ୍ଷା କଲେ । ପ୍ରାରମ୍ଭରେ ପାଉଁଶକୁ ଛୋଟ ଛୋଟ ଗୁଳି କରିବା ଥିଲା ଖୁବ୍ କଷ୍ଟ ସାଧ୍ୟ । ତାହାପୁଣି ନିଜ ମିଲର ସହଯୋଗୀମାନଙ୍କୁ ନେଇ ଏଇ ସମୟ ମଧ୍ୟରେ ବିଭିନ୍ନ ବାହ୍ୟ ରାଷ୍ଟ୍ର କମ୍ପାନୀ ମାନଙ୍କ ସହିତ ଯୋଗାଯୋଗରେ ରହିଥିଲେ । ପରେ ପରେ ବିଶାଖାପାଟଣାସ୍ଥିତ

ଏନ୍ଆରଡ଼ିସି ଏହାର ପେଟେଣ୍ଟ ତିଆରିରେ ସହାୟତା କରିବା ପରେ ଏବଂ ବିଭିନ୍ନ ବାହାର ରାଷ୍ଟ୍ରଙ୍କ ସହ ଟେଲି ଯୋଗାଯୋଗ ପରେ ସେମାନେ ନମୂନା ମାଗିଥିଲେ ଏବଂ କଳାହାଣ୍ଡିରୁ ଉକ୍ତ ନମୂନା ୨୦୧୮ ମସିହା ଦିତୀୟାର୍ଦ୍ଧରେ ଜର୍ମାନୀ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଇଜିପ୍ଟ, ଦକ୍ଷିଣ କୋରିଆ, ଓମାନ, ସାଉଦୀ ଆରବକୁ ନମୂନା ପଠାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରଥମେ ଜାନୁଆରୀ ୨୫, ୨୦୧୯ ମସିହାରେ ସାଉଦୀ ଆରବ, ତାଇୱାନ, ଇଜିପ୍ଟକୁ ମାଲ ରପ୍ତାନୀ କରା ଯାଇଥିଲା । ସେଠାରେ ମାଲର ଚାହିଦା ବଢିବା ସହିତ ସେଇ ଦିନଠାରୁ ମାଲ ରପ୍ତାନୀ କରାଯାଉଛି । କଳାହାଣ୍ଡିରୁ ବିଶାଖାପାଟଣା ବନ୍ଦରକୁ ଯାଇ ଜାହାଜ ଯୋଗେ ବିଦେଶକୁ ରପ୍ତାନି ହେଉଛି ଏହି ପଦାର୍ଥ । ଏହି ପାଉଁଶ ଗୁଳି ସେଠାରେ ଷ୍ଟିଲ ତିଆରି କମ୍ପାନୀ ଗୁଡ଼ିକରେ ତରଳ ଷ୍ଟିଲର ଉତ୍ତାପ ସହଣୀୟ କ୍ଷମତା ବୃଦ୍ଧି କରିବାରେ ବ୍ୟବହାର କରାଯାଉଛି ।

ଏଠି ଯାହା ବର୍ଜ୍ୟବସ୍ତୁ ବିଦେଶରେ ତାହା ଦରକାରୀ ତଥା ରୋଜଗାର ଦେବାର କ୍ଷମତା ରଖୁଛି ଏବଂ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫୦ରୁ ଅଧିକ ଅଣ କୁଶଳୀ ଶ୍ରମିକ, ୧୫ଜଣ କୁଶଳୀ ଶ୍ରମିକ ଏବଂ ୧୫ଜଣ ପରିଚାଳନା ଦିଗରେ ରୋଜଗାର ପାଇ ପାରୁଛନ୍ତି । ସମସ୍ତ କର୍ମଚାରୀ ଏଠାରେ ଯୁବବର୍ଗ ହିଁ ରହିଥିବାବେଳେ ଯୁବସମାଜଙ୍କୁ ରୋଜଗାର ଦେବା ହିଁ ଏକମାତ୍ର ଲକ୍ଷ୍ୟ ବୋଲି କୁହନ୍ତି ଉଦ୍ୟୋଗପତି ଶ୍ରୀ ସାହୁ।ଏହି ଅନନ୍ୟ ପଦାର୍ଥ ତିଆରି ସହିତ ବାହାର ରାଷ୍ଟ୍ରରେ ବିକ୍ରି କରିବା ଦିଗରେ ଷ୍ଟାର୍ଟଅପ୍ ଓଡ଼ିଶା, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଏନଆରଡ଼ିସି ତଥା ଏମଏସଏମଇ ମଧ୍ୟ ବିଭିନ୍ନ ସମୟରେ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିଆସୁଛି ।

ଏହି କମ୍ପାନୀର ଏଭଳି ଏକ ପ୍ରକଳ୍ପ ପାଇଁ ଯୁବୋଦ୍ୟୋଗୀ ସମ୍ମାନରେ ଦିଲ୍ଲୀଠାରେ ଓସିଏଫ୍ ଦ୍ୱାରା ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟିଲଆଣ୍ଡ ପେଟ୍ରୋଲିଅମ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏମଏସଏମଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିବାବେଳେ କମ୍ପାନୀ ତରଫରୁ ନବୀନ କୁମାର ସାହୁ ସମ୍ମାନ ଗ୍ରହଣ କରିଥିଲେ । ଏହି ପାଉଁଶରୁ ଗୁଳି ତିଆରି ପ୍ରକଳ୍ପକୁ ଆହୁରି ବଡ଼ ଧରଣର କରାଗଲେ ବିଭିନ୍ନ ରାଇସ ମିଲର ପାଉଁଶ ଯାହା ଏଣେ ତେଣେ ପଡ଼ୁଛି ତାହାର ଉପଯୁକ୍ତ ବ୍ୟବହାର ହୋଇପାରନ୍ତା ଏବଂ ଅନେକ ଯୁବକ ଏଥିରେ ସ୍ୱାବଲମ୍ବୀ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଆଜିର ଯୁବସମାଜ ମଧ୍ୟ ନିଜର କର୍ତ୍ତବ୍ୟ, ନିଷ୍ଠା ଓ ସୁଚିନ୍ତିତ ପଦକ୍ଷେପ ନେଇ ଯେ କୌଣସି କାର୍ଯ୍ୟ କରିବେ ତେବେ ସଫଳତା ମିଳିବ ବୋଲି ଶ୍ରୀ ସାହୁ କହିଛନ୍ତି। (ରିପୋର୍ଟ କଳାହାଣ୍ଡି /ବ୍ୟୁରୋ ଚିଫ୍ ପ୍ରଦୀପ କୁମାର ଗଉଡ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅଳ୍ପ ଗଡି ତିନିରଥ ରହିଲା : ମରଚିକୋଟ ତାଳଧ୍ବଜ, ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦର୍ପଦଳନ ସିଂହଦ୍ୱାର ଠାରେ ନନ୍ଦିଘୋଷ ଅଟକିଛି

ଅଳ୍ପ ଗଡି ତିନିରଥ ରହିଲା : ମରଚିକୋଟ ତାଳଧ୍ବଜ, ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦର୍ପଦଳନ ସିଂହଦ୍ୱାର ଠାରେ ନନ୍ଦିଘୋଷ ଅଟକିଛି

July 17, 2026
ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ

ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ

July 17, 2026
ଧ୍ୟାନକୁଦ ପୀଠରେ ଶ୍ରୀଗୁଣ୍ଡିଚା ରଥଯାତ୍ରା

ଧ୍ୟାନକୁଦ ପୀଠରେ ଶ୍ରୀଗୁଣ୍ଡିଚା ରଥଯାତ୍ରା

July 16, 2026
ରଥଖଳାରୁ ସିଂହଦ୍ୱାର ଲାଗିଲା ତିନିରଥ ରଥ-ପଥ-ଭକ୍ତ ପ୍ରସ୍ତୁତ

ରଥଖଳାରୁ ସିଂହଦ୍ୱାର ଲାଗିଲା ତିନିରଥ ରଥ-ପଥ-ଭକ୍ତ ପ୍ରସ୍ତୁତ

July 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅଳ୍ପ ଗଡି ତିନିରଥ ରହିଲା : ମରଚିକୋଟ ତାଳଧ୍ବଜ, ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦର୍ପଦଳନ ସିଂହଦ୍ୱାର ଠାରେ ନନ୍ଦିଘୋଷ ଅଟକିଛି

ଅଳ୍ପ ଗଡି ତିନିରଥ ରହିଲା : ମରଚିକୋଟ ତାଳଧ୍ବଜ, ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦର୍ପଦଳନ ସିଂହଦ୍ୱାର ଠାରେ ନନ୍ଦିଘୋଷ ଅଟକିଛି

July 17, 2026
ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ

ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ

July 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version