No Result
View All Result
ଜଗତସିଂହପୁର ( ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଜଗତସିଂପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଧ୍ୟାନକୁଦ ପୀଠର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ପ୍ରଭାତରୁ ମନ୍ଦିର ର ଦ୍ୱାରଫିଟା, ମଙ୍ଗଳ ଆଳତୀ, ମୈଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂପ୍ରତିଷ୍ଠା ଜା, ବେଶ, ସକାଳ ଧୂପ, ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ଗୋଟିପହଣ୍ଡି ପରେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଙ୍କୁ ପହଣ୍ଡିରେ ଅଣାଯାଇ ରଥlରୁଢ଼ କରାଯାଇଥିଲା l

ଏହାପରେ ମଦନମୋହନ ବିଜେ, ଚିତାଲାଗି, ବେଦମନ୍ତ୍ର ପାଠ ମନ୍ଦିରର ଶଙ୍କରା ଚାର୍ଯ୍ୟଅରକ୍ଷିତବାବାଙ୍କ ରଥ ପରିକ୍ରମା ମନ୍ଦିର ରାଜା ପ୍ରମୋଦ କୁମାର ନନ୍ଦୀ ଙ୍କ ଦ୍ୱାରା ଛେରା ପହଁରା, ଚାରମାଳ ଫିଟା ଓ ଘୋଡ଼ାସାରଥୀ ବିଜେପରେ ରଥ ଟଣା ହୋଇଥିଲା ପାଗ ପ୍ରତିକୂଳ ସତ୍ବେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରଥକୁ ଟାଣି ଟାଣି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ l ଏଥିରେ ଦୈତାପତି ସେବକମାନେ ରଥଟଣା ସୁରୁଖୁରୁରେ ସମାପନ କରିଥିଲେ l ସେହିପରି ଅଢଙ୍ଗ ନାଇଲୋ ଉକୁନ୍ଦର ଶିବପୁର ପ୍ରଭୁତି ସ୍ଥାନରେ ରଥ ଟଣା ହୋଇଥିଲା l

No Result
View All Result