No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ବିଧାନସଭା ଗୃହ ବିବରଣୀ ପୁସ୍ତିକା ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଉ ପଲକ୍ଷେ ବିଧାନସଭା ବାଚସ୍ପତିଙ୍କ କକ୍ଷରେ କୋଭିଡ୍ ନିୟମ ପାଳନ କରି ଏକ ନିରାଡ଼ମ୍ଵର ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଧାନସଭା ଗୃହ ବିବରଣୀ କେବଳ ବିଧାନସଭାର ନୁହେଁ ବରଂ ରାଜ୍ୟର ଏକ ଅମୂଲ୍ୟ ସଂ ପଦ ବୋଲି ବାଚସ୍ପତି ଡ. ପାତ୍ର ଅଭିହିତ କରିବା ସହ ମାନ୍ୟବର ସଭ୍ୟମାନେ ପବିତ୍ର ଗୃହରେ ଜନସାଧାରଣଙ୍କ ସମସ୍ୟା ଓ ତା’ର ସମାଧାନ ସଂକ୍ରାନ୍ତରେ ପ୍ରଦାନ କରୁଥିବା ମତାମତ ଓ ପରାମର୍ଶ ଭବିଷ୍ୟତ ପାଇଁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ରହିବ ବୋଲି କହିଛନ୍ତି । ମାନ୍ୟବର ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଠାରୁ ଆରମ୍ଭ କରି ବିଧାନସଭାର ସମସ୍ତ ବିବରଣୀ ପୁସ୍ତିକା ଆକାରରେ ପ୍ରକାଶ କରିବା ପାଇଁ ଶ୍ରୀ ଦେବାନନ୍ଦ ଦୋରା, ବିଧାନସଭା ଯୁଗ୍ମ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତଦନୁଯାୟୀ ଚଳିତ ବିଧାନସଭାର ଚତୁର୍ଥ ଅଧିବେଶନର ପ୍ରଥମ ଦୁଇଦିନ ଯଥା ୨୯/୦୯/୨୦୨୦ ଏବଂ ୩୦/୦୯/୨୦୨୦ର ଗୃହ ବିବରଣୀ ପୁସ୍ତିକା ଆକାରରେ ପ୍ରକାଶିତ ହୋଇଛି । ଏହି ପୁସ୍ତିକା ପ୍ରକାଶନରେ ବିଧାନସଭାରେ କାର୍ଯ୍ୟରତ ଯୁଗ୍ମ ସଚିବ ବିବରଣୀ ପ୍ରଭାତ କୁମାର ସ୍ୱାଇଁ, ବସନ୍ତ କୁମାର ରାଉତ, ରିେ ପାର୍ଟର ନିରଞ୍ଜନ କର, ଦିଲ୍ଲୀ ପ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ମଧୁସୂଦନ ସାହୁ, ଭବାନୀ ପ୍ରସାଦ ପାଟ୍ଟଜୋଷୀ, ଶୁଭେନ୍ଦୁ କୁମାର ମିଶ୍ର ସହଯୋଗ କରିଥିଲେ । ନେଭା ସେଲ୍ରେ କାର୍ଯ୍ୟରତ ସୌଭେନ୍ଦ୍ର କୁମାର ମିଶ୍ର, ବିଶ୍ୱଜିତା ବେହେରା, ଶ୍ରୀପଦା ସ୍ୱାଇଁ, ରାହୁଲ ବୈଦ୍ୟ ବୈଷୟିକ ସହଯୋଗ ପ୍ରଦାନ କରିଥିଲେ । ପୁସ୍ତିକା ଉନ୍ମୋଚନ ଉତ୍ସବରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ଲୋକସଂ ପର୍କ ଅଧିକାରୀ ଭୂଜଙ୍ଗ ରାଓ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।
No Result
View All Result