No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ବାଲେଶ୍ୱର :- ସେ ବିଜ୍ଞାନକୁ ଭଲ ପାଆନ୍ତି, ବିଜ୍ଞାନରେ ବଞ୍ଚନ୍ତି । ତାଙ୍କ ରକ୍ତରେ ବିଜ୍ଞାନ, ନିଶ୍ୱାସରେ ବିଜ୍ଞାନ । ସକାଳରୁ ସଞ୍ଜ ଖାଲି ସାଇନ୍ସ କଥା ହିଁ ଭାବନ୍ତି । ବୋଧେ ସେଇଥିପାଇଁ ତାଙ୍କୁ କେହି କେହି ବାଲେଶ୍ୱରର ବିଜ୍ଞାନ ମଣିଷ ବୋଲି ଡାକନ୍ତି ତ ପୁଣି କେହି ଓଡିଶାର ଆଇନ ଷ୍ଟାଇନ ବୋଲି ବି କୁହନ୍ତି । କାରଣ ତାଙ୍କ ଶରୀରର ଶିରା ପ୍ରଶିରାରେ ସଦାବେଳେ ସବାର ହୋଇଥାଏ ସାଇନ୍ସ। ମିହିର ପଣ୍ଡା । ବାଲେଶ୍ୱର ଜିଲ୍ଲା ବାହାନଗା ଇଚ୍ଛାପୁର ଗାଁର ଜଣେ ବିଜ୍ଞାନ ପ୍ରେମୀ ମଣିଷ । ପେଶାରେ ସେ ବାଲିଆପାଳର ଜୁନିୟର ଇଞ୍ଜିନିୟର । ହେଲେ ନିଶା ତାଙ୍କର ସାଇନ୍ସ ପ୍ରୋଜେକ୍ଟ ତିଆର କରିବା ।

ଦୀର୍ଘ ୩୦ବର୍ଷର ସାଧନା ଭିତରେ ସେ ୧୦ ହଜାରରୁ ଅଧିକ ସାମାଜିକ ଉପକରଣ । ୩୦ ହଜାରରୁ ଅଧିକ ବିଜ୍ଞାନ ଓ ଶିକ୍ଷା ଭିତ୍ତିକ ସାମଗ୍ରୀ ତିଆରି କରି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ତାଙ୍କ ବର୍ଷ ବର୍ଷର ସାଧନାକୁ ସ୍ୱୀକୃତି ଦେଇଛି ଲିମକା ବୁକ ଅଫ ରେକର୍ଡ । ମିହିର ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।ତେବେ ସୃଷ୍ଟି ଗବେଷଣା କେନ୍ଦ୍ର ନାମକ ଏକ ଅନୁଷ୍ଠାନ ଗଠନ କରି ସେଠାରେ ସବୁବେଳେ ପରୀକ୍ଷା ନିରୀକ୍ଷା ଚଳାଇଥାନ୍ତି ମିହିର । ସ୍କୁଲ ପିଲା ହେଉ କି କଲେଜ ଅବା ହେଉ ବିଜ୍ଞାନ ମେଳାରେ ପ୍ରଦର୍ଶିତ ହେବାକୁ ଥିବା ମଡେଲ । ସମସ୍ତଙ୍କୁ ନିଜ ଆଇନଷ୍ଟାଇନ ବୁଦ୍ଧିରେ ସଙ୍ଗେ ସଙ୍ଗେ ପ୍ରୋଜେକ୍ଟ କରି ଦିଅନ୍ତି ମିହିରି । ବିଶେଷ କରି ସାଧାରଣ ଜୀବନରେ କେମିତି ଲୋକଟିଏ ଗୋଟିଏ ସାମଗ୍ରୀକୁ ଏକାଧିକ କାମରେ ସୁବିନିଯୋଗ କରିପାରିବ ସେ ଦିଗରେ ବି ଧ୍ୟାନ ଦିଅନ୍ତି ମିହିର ।୨୦୦୦ ମସିହାରେ ସେ ଲୋକଙ୍କ ପାଇଁ ବିଜ୍ଞାନର ନୂତନଧାରା କରିବା ସହ ୨୦୦୫ରେ ଚାଷୀଙ୍କ

ପାଇଁ ବିଭିନ୍ନ ଉପକରଣର ପ୍ରକଳ୍ପ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଉଦ୍ଭାବନ ମଧ୍ୟରେ ଫ୍ୟାନ ଜେନେରେଟର, ଚାଷୀଙ୍କ ପାଇଁ ଡବଲ ସାଇଡ୍ ଫ୍ୟାନ, କୃଷିରେ ଲାଗୁଥିବା ବହୁମୂଖୀ ଯନ୍ତ୍ର, ମୋନାଲିସା ଶୀଳତ ଅଖା, ହସ୍ତ ଚାଳିତ ହାଲୁକା ପମ୍ପ ଆଦି ଅନେକ ପ୍ରକାର ରହିଛି ।
୧୮୮୭ ମସିହା ଠାରୁ ପିଲା ଏବଂ ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭଦ୍ଭାବନ କରିଥିବାରୁ ଏ ପର୍ଯ୍ୟନ୍ତ ୨୪ଟି ଦେଶରୁ ସେ ସମ୍ମାନିକଚ ହେବା ସହ ଆସାମ ବୁକ ଅଫ ରେକର୍ଡରେ ତାଙ୍କୁ ଓଡିଶାର ଆଇନ ଷ୍ଟାଇନ ଉପାଧିରେ ସମ୍ମାନିତ କରାଯାଇଛି । ଚାକିରି ଜୀବନ ସହ ଗବେଷଣାରେ ମଗ୍ନ ମିହିର ବାଡିରେ ଜୈବିକ ପଦ୍ଧତିରେ ଚାଷ କରିବା ସହ ମାଛ ଚାଷ ବି କରିଛନ୍ତି । ତେବେ କଥାରେ ଅଛି ଗାଁ କନିଆ ସିଙ୍ଘାଣି ନାକି । ମିହିର ଏତେ ସବୁ ଉଦ୍ଭାବନ କରି ଦେଶା ସାରା ଚର୍ଚ୍ଚିତ ଥିବା ବେଳେ ବିଡମ୍ବନାର ବିଷୟ ରାଜ୍ୟ ସରକାରଙ୍କ ତରଫରୁ କିନ୍ତୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁନି କି ସମ୍ମାନିତ କରାଯାଉନି । (ଦୀପ୍ତିମାନ ପତି, ବାଲେଶ୍ୱର )ବାହାନାଗା
No Result
View All Result