No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର ) ଭଦ୍ରକ :-କାମ
କଥାରେ ଅଛି ଜୀବନରେ ଯେବେ ଦୁଃଖ ଆସେ ବିପଦ ଚାରିଆଡ଼ୁ ମାଡ଼ି ବସେ, ଆଉ ଯଦି ଏହି ଦୁଃଖ ଗରିବ ପରିବାର ଉପରେ ଆସେ ତେବେ ଜୀବନଟା ଯେମିତି ଅନ୍ଧକାର ହୋଇଯାଏ | ଆଉ ଏଭଳି ଦୁଃଖର ପାହଡ଼ ତଳେ ଚାପି ହୋଇ ପେଶି ହେଉଛି ଏକ ଗରିବ ପରିବାର | ଭଦ୍ରକ ବ୍ଲକ ପରସିଙ୍ଗା ପଞ୍ଚାୟତ ଅଧିନ ପଥରଆଡ଼ି ଗ୍ରାମର ବିଧବା ମେନକା ପୁହାଣଙ୍କ କଥା | ଜୀବନ ଚଲାପଥରେ ମେନକାଙ୍କ ହାତ ଛାଡ଼ି ଆରପାରକୁ ଚାଲି ଗଲେ ସ୍ବାମୀ | ସ୍ବାମୀଙ୍କ ମୃତ୍ୟୁ ପରେ ଯେମିତି ପରିବାରକୁ ଗ୍ରାସ କରି ନେଇଛି ଦୁଃଖର ଅନ୍ଧକାର | ସଂସାରର ଦୁଃଖ ଓ ଯନ୍ତ୍ରଣା ଭିତରେ ବହୁ କଷ୍ଟରେ ୩ଟି ସନ୍ତାନକୁ ବଡ଼ କରିବା ସହିତ ବଡ଼ ଝିଅର ହାତକୁ ୨ହାତ କରିଥିଲେ ମେନକା | ତେବେ ମେନକଙ୍କା ଏଭଳି ଦୁର୍ଦ୍ଦିନରେ ସାହା ହେଲେ ଏକମାତ୍ର ୨୨ ବର୍ଷୀୟ ପୁଅ ଗୋବିନ୍ଦ | ଗୋବିନ୍ଦ ଏକ ଦୋକାନରେ କାମ କରି ପରିବାର ଚଳାଇବାରେ ମାଙ୍କୁ କରୁଥିଲେ ସହାୟତା | ପୁଅର ସ୍ବଳ୍ପ ରୋଜଗାର ମେନକାଙ୍କ ଜୀବନରେ ଟିକେ ଖୁସି ଆଣିବା ସହ ପରିବାର ପାଇଁ ହୋଇଥିଲେ ସାହାର |
ତେବେ ଅଳ୍ପ ଦିନ ପରେ ମେନକାଙ୍କ ଏହି ଖୁସିରେ ଲାଗି ଗଲା ଦୁଃଖର ଗ୍ରହଣ, ରୋଜଗାରିଆ ପୁଅ ଗୋବିନ୍ଦ ଅସୁସ୍ଥ ହୋଇ ପଡ଼ିଲେ | ପରେ ଡାକ୍ତରଙ୍କୁ ଦେଖାଇବା ପରେ ଜାଣିବାକୁ ପାଇଲେ ପୁଅର ୨ଟି ଯାକ କିଡନି ନଷ୍ଟ ହୋଇଯାଇଛି | ଛୋଟ ବୟସରେ ଏକମାତ୍ର ପୁଅର ଏଭଳି ଅବସ୍ଥା ଜାଣି ଯେମିତି ମେନକାଙ୍କ ପାଦ ତଳୁ ମାଟି ଖସିଗଲା, ଗରିବ ସଂସାରରେ ପୁଅର ଏଭଳି ଅବସ୍ଥା ମେନକାଙ୍କୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛି | ପର ଘରେ କାମ କଲେ ଯେଉଁ ପରିବାରର ଚୁଲି ଜଳେ, ଯେଉଁଠି ଅତି କଷ୍ଟରେ ୩ ପ୍ରାଣୀଙ୍କ ପେଟ ପୁରେ ସେଠି ପୁଅର ଚିକିତ୍ସା ଏହି ଗରିବ ପରିବାର ପାଇଁ ଯେମିତି ସାତ ସପନ | ଚିକିତ୍ସା ପାଇଁ ଅର୍ଥ ନ ଥିବାରୁ ସରାକରୀ ଓ ବେସରକାରୀ ସ୍ତରରେ ସହାୟତା ମିଳିଲେ ପୁଅର ଚିକିତ୍ସା ହୋଇ ପାରନ୍ତା ବୋଲି ଛଳ ଛଳ ଓ ଥର ଥର କଣ୍ଠରେ କହିଛନ୍ତି ମେନକା |ରାଜ୍ୟ ସରକାର ଏଭଳି ଗରିବ ଲୋକଙ୍କ ପାଇଁ କେତେ କଣ ଯୋଜନା କରିଥିବା ବେଳେ ଏହି ଗରିବ ପିରିବାରର ଏକମାତ୍ର ପୁଅର ଚିକିତ୍ସା ପାଇଁ ସରକାରୀ ସ୍ତରରେ ସହାୟତା ସହ ସ୍ଥାନୀୟ ବିଧାୟକଙ୍କ ସାହାର୍ଯ୍ୟ ଲୋଡ଼ିଛନ୍ତି ଗ୍ରାମବାସୀ | ଏଥିସହ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ କୌଣସି ପ୍ରକାର ସହାୟତା ମିଳନ୍ତା ତେବେ ନିଶ୍ଚୟ ଏହି ଗରିବ ପରିବାରର ଦୁଃଖ ଦୂର ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ | (ଦୀପ୍ତିମାନ ପତି, ଭଦ୍ରକ )ପରସିଙ୍ଗା
No Result
View All Result