No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) ଭୁବନେଶ୍ୱର :- ରାଜ୍ୟ ଯୋଜନାବୋର୍ଡ ଉ ପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଭାର୍ଗବୀ ନଦୀ ଉପରେ ନିର୍ମାଣାଧିନ ହାଇଲେବୁଲ ବି୍ରଜ କାର୍ଯ୍ୟ ଶୀଘ୍ର ଶେଷ କରିବା ଉ ପରେ ଗୁରୁତ୍ୱ ରାଜ୍ୟ ଯୋଜନା ବୋର୍ଡ ଉ ପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ସ୍ଥାନୀୟ ରାଜୀବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନଧରି ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାର୍ଗବୀ ନଦୀର ମାଳିସାହିଠାରେ ଏକ ହାଇଲେବୁଲ୍ ସେତୁ ନିର୍ମାଣ ପାଇଁ ଆଜି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ନାବାର୍ଡ ସହାୟତାରେ ଏହି ସ୍ଥାନରେ ଏକ ହାଇଲେବୁଲ୍ ସେତୁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇ ଦୀର୍ଘଦିନ ଧରି ଅସଂପୂର୍ଣ୍ଣ ଅବସ୍ଥାରେ ରହିଥିଲା । ଏହି ବି୍ରଜ୍ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଗମନାଗମନକୁ ଦୃଷ୍ଟିରେ ରଖି ତୁରନ୍ତ ଅର୍ଦ୍ଧନିର୍ମିତ ସେତୁର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଉ ପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ବ୍ରହ୍ମଗିରି ବ୍ଲକ୍ର ନରସିଂହ ପାଟଣା, ଜଗନ୍ନାଥ ପାଟଣା, ବଳଭଦ୍ର ପାଟଣା ଓ ବରୁଡି ମଉଜାର ପ୍ରାୟ ୨୫୦୦

ହେକ୍ଟର ଚାଷ ଜମିକୁ ନିରନ୍ତର ଜଳସେଚନ ତଥା ଲୁଣା ପାଣି ପ୍ରଭାବରୁ ମୁକ୍ତକରି ଚାଷ ଜମି ପାଇଁ ଜଳସେଚନ କରିବା ଉଦ୍ଦେଶ୍ୟରେ ସୁନାମୁଖୀ ନଦୀ ଉପରେ ଏକ କଣ୍ଟ୍ରୋଲ୍ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ଦିନ ଧରି ସୁନାମୁଖୀ ନଦୀ ଉ ପରେ ଏକ କଣ୍ଟ୍ରୋଲ୍ ଷ୍ଟ୍ରକଚର ନିର୍ମାଣ କରିବା ଉ ପରେ ଜନସାଧାରଣ ଦାବି କରି ଆସୁଥିଲେ । ସମୁଦ୍ର ଓ ଚିଲିକାର ଲୁଣା ପାଣି ଜୁଆର ସମୟରେ ମାଡି ଯାଇ ସୁନାମୁଖୀ ଜଳଉତ୍ସ ଲବଣାକ୍ତ ହୋଇ ଚାଷ ପାଇଁ ଅନୁପଯୁକ୍ତ ହେବା ସହିତ ପିଇବା ପାଣିର ସମସ୍ୟା ଉତ୍କଟ ଅବସ୍ଥାରେ ଥିଲା । ଆଜି ଏହି ଦୁଇଟି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନିର୍ବାଚନ ମଣ୍ଡଳୀର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବ । ଜଳସେଚନ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଉ ପସ୍ଥିତିରେ ଅନୁଷ୍ଠିତ ଏହି ଗୁରୁତ୍ୱ ପୂର୍ଣ୍ଣ ବୈଠକରେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ବନ୍ୟା ନିୟନ୍ତ୍ରଣ ତଥା ଅବବାହିକା ପରିଚାଳନା ମୁଖ୍ୟଯନ୍ତ୍ରୀ ଇଂ ସୁଶାନ୍ତ କୁମାର ରଥ, ଜଳ ନିଷ୍କାସନ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ବିକ୍ରମ କେଶରୀ ସ୍ୱାଇଁ ଏବଂ ଯୋଜନା ଓ ସଂଯୋଜନ ବିଭାଗର ଅନୁଶାସନ ସଚିବ ଶ୍ରୀ ଅଭୟ କୁମାର ମହାନ୍ତି ଉପସ୍ଥିତ ଥିଲେ ।
No Result
View All Result