ଜଗତସିଂହପୁର ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକିବାତ କୁ ବିରୋଧ

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ଜଗତସିଂହପୁର  :-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକୀବାତ କାର୍ଯ୍ୟକ୍ରମ ବଦଳରେ କିଷାନକି ବାତ ଚାହିଁଏ ଦାବିକରି ରବିବାର ଜଗତସିଂହପୁର ଜିଲ୍ଲା ନବନିର୍ମାଣର କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁର ଥାନା ଛକ ନିକଟରେ ଥାଳି,ଘଣ୍ଟ,ଘଣ୍ଟି ଓ ବାଜା ବଜାଇ କୃଷକମାନେ ପ୍ରତିବାଦ କରିଥିଲେ । ଆଜକୁ ଏକମାସରୁ ଉର୍ଦ୍ଧ୍ବ ହେଲା କେନ୍ଦ୍ର ସରକାରଙ୍କର ପ୍ରଣୟନ ହୋଇଥିବା ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ହଜାର ହଜାର ଚାଷୀ ରାଜରାସ୍ତାରେ ସିତ କାକରରେ ବସି ଆନ୍ଦୋଳନ ଚଳାଇଛନ୍ତି । ଏହାକୁ ପୁର୍ନସମର୍ଥନ ଜଣାଇ ନବନିର୍ମାଣ କୃଷକ ସଙ୍ଗଠନ ସମଗ୍ର ରାଜ୍ୟରେ ଏହି କୃଷି ଵିଲକୁ ବିରୋଧ କରିବାସହିତ ମୋଦିଙ୍କର ମନକି ବାତ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ କରିଛନ୍ତି । ଏହିପ୍ରତିବାଦ ସଭାରେ ରଶ୍ମି ରଞ୍ଜନ ସ୍ଵାଇଁ,ସ୍ନେହଅଂଶୁ ଜେଜା ଓ ସୁରେନ୍ଦ୍ର ମହାରଣା ସମେତ ବହୁ ସଦସ୍ୟ ଯୋଗଦେଇଥିବାବେଳେ ରଘୁନାଥପୁରରେ ସଂଗଠନର ରାଜ୍ୟ ସରାୟ ନେତା ଦେବୀପ୍ରସାଦ ମହାରଣା ନେତୃତ୍ୱରେ ପ୍ରଥମେ ଗୋପବନ୍ଧୁ ପ୍ରତିମୃତିରେ ମାଲ୍ୟାର୍ପଣ କରି ଏହିଭଳି ପ୍ରତିବାଦ କରିଥିଲେ ।ଏଥିରେ ସଂଗଠନର ବ୍ଲକ ସ୍ତରୀଯ ନେତା ତଥା ବରିଷ୍ଠ କୃଷକ ଘନଶ୍ୟାମ ସ୍ଵାଇଁ , ଶରତ ମହାପାତ୍ର ,ନିଗମାନନ୍ଦ ଦାସ, କୈଲାସ ଚନ୍ଦ୍ର ସାହୁ, ଉମାକାନ୍ତ ସିଂହ, ବାସୁଦେବ ନାୟକ, ଅଶୋକ କୁମାର ସାହୁ, ହେମନ୍ତ କୁମାର ଦାସ ଓ ରମେଶ ଚନ୍ଦ୍ର ସିଂହ ସମେତ ବହୁ ସଦସ୍ୟ ଏକ ଘଣ୍ଟା ଧରି ଅହିଂସା ମାର୍ଗରେ ହରତାଳ କରିଥିଲେ । ସେହିପରି ଜିଲ୍ଲାର ସମସ୍ତ ବ୍ଲକରେ ସଂଗଠନ ପକ୍ଷରୁ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । (ଜଗତସିଂହପୁର ଜିଲ୍ଲାରୁ ଭାସ୍କର ପଟ୍ଟନାୟକ )