No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର )ରଣପୁର :- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ର ନୂତନ କଲ୍ୟାଣି ମଣ୍ଡପ ରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଗୋକୁଳ ସଡଙ୍ଗୀ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାକାର୍ଯ୍ୟର ପ୍ରଥମାରାମ୍ଭ ରେ ସଂଘର ଫାଉଣ୍ଡର ପ୍ରଭାତ ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସର ରେ ତାଙ୍କୁ ମନ ପକାଇ ତାଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୧ମିନିଟ୍ ଶୋକ ସଭା କରାଯାଇଥିଲା । ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ରାଜ୍ୟ ରେ ଗଣମାଧ୍ୟମ ଉପରେ ଆକ୍ରମଣ ଓ ନୟାଗଡ ଜିଲ୍ଲା ଯଦୁପୁର ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ହୋଇଥିବା ଆକ୍ରମଣ କୁ ତୀବ୍ରନିନ୍ଦା କରାଯାଇଥିଲା ।
ପରେ ସଂଗଠନ କୁ ପ୍ରତି ବ୍ଲକ ସ୍ତରରୁ କିପରି ମଜଭୁତ୍ କରାଯିବ ସହ ସଂଗଠନର ନିତୀ ନିୟମକୁ ଜିଲ୍ଲା ର ପ୍ରମୁଖ କର୍ମକର୍ତା ମାନେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ଜିଲ୍ଲା ସଂଗଠନର ଉପ ସଭାପତି ସତ୍ୟନାରାୟଣ ମହାପାତ୍ର ,ସମ୍ପାଦକ ଦୀଲ୍ଲିପ ମିଶ୍ର , କୋଷାଧକ୍ଷ ଦିପକ କର ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ଲିଙ୍ଗରାଜ ନାୟକ, ତାପସ ରଞ୍ଜନ ମାର୍ଥା ଏବଂ ବରିଷ୍ଠ ସାମ୍ବାଦିକ ଗୋପାଳ ଚରଣ ମିଶ୍ର, ଗଣେଶ୍ୱର ମିଶ୍ର ଓ ସତ୍ୟ ନାରାୟଣ ମିଶ୍ର ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ନାନିତ କରାଯାଇଥିଲା । ପରିଶେଷରେ ରଣପୁର ଆଂଚଳିକ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ସାମନ୍ତରାୟ ଧନ୍ୟବାଦ ଦେଇ ସଭାକୁ ସମାପ୍ତ କରିଥିଲେ ।
No Result
View All Result