No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ବାଲେଶ୍ୱର :- ବାଲେଶ୍ୱର ଜିଲ୍ଲା ରେ ବିଜୁ ଜନତା ଦଳ (ବିଜେଡି) ଗଠନ ହେବାର ଇତି ମଧ୍ୟରେ ଦଳକୁ ୨୩ ବର୍ଷ ପୂରି ଆଜି ଠାରୁ ୨୪ ଆରମ୍ଭ ହୋଇଛି । ବାଲେଶ୍ୱର ଜିଲ୍ଲା ସଦରରେ ବିଧାୟକ ସ୍ୱରପ ଦାସ ଙ୍କ ସଭାପତିରେ ସଭା କାର୍ଯ୍ୟ ପରିଚାଳିତ ହୋଇଯାଇଛି l ସଭା କାର୍ଯ୍ୟରେ ଜିଲ୍ଲା ସଭାପତି ଓ ପୂର୍ବତନ ସାସଂଦ ରବୀନ କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ, ସମାଜସେବୀ ସୁବାସୀନି ଜେନା ଓ ବହୁ କର୍ମୀ ଉପସ୍ଥିତି ଥିଲେ l

ସଦର ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ହୋଇଛି ପ୍ରତିଷ୍ଠା ଦିବସ । ଏକ ଆଞ୍ଚଳିକ ଦଳ ଭାବେ କ୍ରମାଗତ ଦୁଇ ଦଶନ୍ଧି ଧରି ସଫଳତା ହାସଲ କରି ଆସୁଥିବା ବିଜେଡିର ପ୍ରତିଷ୍ଠା ଦିବସକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ l ଆଜି ହେଉଛି ବିଜେଡିର ଜନ୍ମଦିନ I ଜନ୍ମଦିନ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ଦିନ I ଆମପାଇଁ କିନ୍ତୁ ଏହା ଆତ୍ମ ସମୀକ୍ଷା ଓ ସଂକଳ୍ପର ଦିନ I ଆମେ ୨୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନିରନ୍ତର କ୍ଷମତା ହାସଲ କରିଛୁ l (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result