ଜଗତସିଂହପୁର ଜ଼ିଲ୍ଲାରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ (୨୬ ଡିସେମ୍ବର ଶନିବାର ) ଜଗତସିଂହପୁର :- ଜଗତସିଂହପୁର ଜ଼ିଲ୍ଲାର ୪ନିର୍ବାଚନ ମଣ୍ଡଳୀର ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ! ତିତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିରିଡି ବିଜେଡି କାର୍ଯ୍ୟାଳୟ ନିକଟରେ ବିରିଡି ବ୍ଲକ ପୁର୍ବତନ ବିଜେଡି ସଭାପତି ରବିନାରାୟଣ ଜେନାଙ୍କ ପୌରହିତରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁକ୍ଷ୍ୟ ଅତିଥିଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ , ମୁକ୍ଷ୍ୟ ବକ୍ତାଭାବେ ରାଜ୍ୟସଭା ସାଂସଦ ମୁନା ଖାଁ, ତିତ୍ତୋଲ ବିଧାୟକ ଇଂଜିନିୟର ଵିଜୟ ଶଙ୍କର ଦାସ ଯୋଗଦେଇଥିବାବେଳେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ୍ତ ଭୁଇଁଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧକ୍ଷ୍ୟା ସ୍ୱପ୍ନାସରିତା ବଳ,ସୁଜାତା ମହାନ୍ତି, ରଘୁନାଥପୁର ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ, ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ଵାଇଁ, ଆତ୍ମା ଅଧକ୍ଷ୍ୟ ବସନ୍ତ ମହାପାତ୍ର ସମେତ ତିନି ବ୍ଲକ ର ବିଜେଡି ସଭାପତି ଯୋଗଦେଇଥିଲେ । ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀର ବାଲିକୁଦା ବ୍ଲକ କରେଇ ହାଟ ନିକଟରେ ବାଲିକୁଦା ବିଧାୟକ ତଥା ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ ସଭାପତିତ୍ୱ ରେ ୨୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଥିଲା,, ସେହିପରି ଜଗତସିଂହପୁର ସହର ସ୍ଥିତ ସ୍ଥାନୀୟ ସାରଦା ମଣ୍ଡପ ଠାରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର୨୪ ତମ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଜଗତସିଂହପୁର ବିଜେଡି ପକ୍ଷରୁ ଥାନା ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ସେଠାରୁ ଏକ ଶୋଭାଯାତ୍ରା ବାହାରି ସାରଦା ମଣ୍ଡପ ନିକଟରେ ଆୟାଜିତ ସଭାରେ ଯୋଗଦେଇଥିଲେ !

ଯୋଗ ଦେଇଥିବା ବିଜୁଜନତା ଦଳ ର ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ବିଜୁ ଜନତା ଦଳ ର ସ୍ୱଚ୍ଛ ଶାସନ ଓ ଜନ ହିତକର କାର୍ଯ୍ୟ ଯୋଗୁ ରାଜ୍ୟବାସୀ ଆକୁଣ୍ଠିତ ସ୍ନେହ ଶ୍ରଦ୍ଧା ଅଜାଡି ଦେଇଥିବା ବିଧାୟକ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜେଡି ଜ଼ିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ବିଜେଡି ନଗର ସଭାପତି ପ୍ରିୟ ବ୍ରତ ମହାପାତ୍ର, କୃଷକ ମଞ୍ଚ ର ସଭାପତି ପ୍ରକାଶ ଚନ୍ଦ୍ର ବସ୍ତିଆ, ଜ଼ିଲ୍ଲା ଜୀବନ ବିନ୍ଦୁ ର ସଂଯୋଜ ମଧୁସୂଦନ ସାହୁ, ବ୍ଲକ ଚେୟାରମ୍ୟାନ, ସରପଞ୍ଚ, ସଭ୍ୟ ବିଜୁଜନତା ଦଳର ଦଳୀୟ କର୍ମୀ,ଜ଼ିଲ୍ଲା ଯୁବ ନେତା,ସମ୍ବିତ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। ଜଗତସିଂହପୁର ଜ଼ିଲ୍ଲାରୁ ଭାସ୍କର ପଟ୍ଟନାୟକ  (ଜଗତସିଂହପୁର/ଭାସ୍କର ପଟ୍ଟନାୟକ)