No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) ଦିଗପହଣ୍ଡି :- ଦିଗପହଣ୍ଡି ରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବିଜେଡି ପକ୍ଷରୁ ଶନିବାର ଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ୨୪ ତମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଥିବା ଜଣାପଡିଛି । ଦିଗପହଣ୍ଡି ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ନଗର ସଭାପତି ପ୍ରମୋଦ ପାଣିଗ୍ରାହୀ , ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି ସମେତ ବହୁ ଦଳୀୟନେତା ଓ କର୍ମୀମାନଙ୍କ ଆୟୋଜିତ ଦିବସରେ ଏକତ୍ରିତ ହୋଇ ଦିଗପହଣ୍ଡି ପୁଞ୍ଜିକୟା ଚାରିଛକ ଠାରେ ଥିବା କଳିଙ୍ଗ ବରପୁତ୍ର ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।
ଏହାପରେ ଦଳୀୟ କର୍ମୀଙ୍କ ଗହଣରେ ନଗର ପରିକ୍ରମା କରିବା ସହ ଦିଗପହଣ୍ଡି ଘୋଡାହଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଏକ ସଭାକାର୍ଯ୍ୟ ଆୟୋଜନ କରିଥିଲେ । ଖବରପ୍ରକାରେ , ଶନିବାର ବିଜୁ ଜନତା ଦଳ ସଫଳତାର ସହ ୨୪ ବର୍ଷରେ ପାଦ ଦେଇଥିବା ବେଳେ ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ରହିଆସିଛି । ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ଆଜି ରାଜ୍ୟ ଓ ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଇଛି । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ନଂ-୧ ଓଡ଼ିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି , ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯାଇଛି । ରାଜ୍ୟବାସୀ ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ଆସ୍ଥା ପ୍ରକଟ କରି ଆସୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ ଆଜି ରାଜ୍ୟବାସୀଙ୍କ ଏକ ଉତ୍ତରଦାୟୀ ସରକାର ପାଇଛନ୍ତି ।
ଏଥିସହ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଦୃଢ଼ କରିବା ପାଇଁ ଏହି ଦିବସରେ ଆମେ ଏକ , ଏହି ମନୋଭାବ ରଖି ସମସ୍ତେ ମିଳିମିଶି ଦଳର ସଫଳତାକୁ ଆଗେଇ ନେବା ସହ ଦଳକୁ ସୁଦୃଢ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହି ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀ , ସରପଞ୍ଚ ଚୈତନ୍ୟ ପ୍ରଧାନ , ଉଷାନ୍ତ ସାହୁ , ବିଭୂତି ଭୂଷଣ ମହାପାତ୍ର , ସରପଞ୍ଚ ପ୍ରତିନିଧି ସରୋଜ ଜେନା , ଏସ୍ . ଗାନ୍ଧୀ ଦୋରା , ଭଗବାନ ବାଡତ୍ଯା , ଅସିତ ସାହୁ , ଜିଲ୍ଲା ପରିଷଦ ରାଜେନ୍ଦ୍ର ଦୋରା , ରବିନ୍ଦ୍ର ଗୈାଡ , ପାଣି ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ପାତ୍ର, ସଂପାଦକ କିର୍ତ୍ତୀଚନ୍ଦ୍ର ଗୈାଡ , ପୂର୍ବତନ ସରପଞ୍ଚ ପ୍ରତିନିଧି ବିଜୟ ପ୍ରଧାନ , ରମେଶ ଚନ୍ଦ୍ର ପାଢ଼ୀ , ବ୍ଳକ ଯୁବ ସଭାପତି ଚିତ୍ରସେନ ଗୌଡ଼ , ଛାତ୍ର ବିଜେଡି ସଭାପତି ରାଜ କିଶୋର ମହାନ୍ତି , ସଂପାଦକ ବିକ୍ରମ ସିଂ , ନାଏବ ସରପଞ୍ଚ ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।(ରିପୋର୍ଟ : ଶେଷଦେବ ସାହୁ )
No Result
View All Result